ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

ରାଉରକେଲା/ ଓଡିଆ ପତ୍ରିକା ରାଷ୍ଟ୍ରଦୀପର ପାଠକ ସମ୍ମିଳନୀ ସେକ୍ଟର ୪ ସ୍ଥିତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ରାଉରକେଲା ନଗର ସହସଂଘ ଚାଳକ ପ୍ରଭାତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ଦାଶ ମୁଖ୍ୟଅତିଥି, ଢେଙ୍କନାଳ ବିଭାଗ ସଂଘ ଚାଳକ ସୁଧୀର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ କହିଲେ ଯେ ରାଷ୍ଟ୍ରଦୀପ ପତ୍ରିକା ରାଷ୍ଟ୍ରର ଦୀପ ସଦୃଶ ସମସ୍ତଙ୍କୁ ତା’ର ଆଲୋକ ବିଛୁରିତ କରି ଆଲୋକିତ କରିଚାଲିଛି। ଏକ ରାଷ୍ଟ୍ରବାଦୀ ପତ୍ରିକା ଋପରେ ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ମୁଖ୍ୟବକ୍ତା ଶ୍ରୀ ମିଶ୍ର ରାଷ୍ଟ୍ରଦୀପର ପାଠକୀୟ ଆଦୃତି ସହ ବହୁ ବାଧାବିଘ୍ନ ସତ୍ତ୍ଵେ ନିଜ କର୍ତ୍ତବ୍ୟ ପଥରୁ ଓହରି ଯାଇନଥିବା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପଞ୍ଚମ କଳାକେନ୍ଦ୍ରର ଗୁରୁ ପଞ୍ଚାନନ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଶିଶୁ କଳାକାରଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମକର୍ତ୍ତା ସର୍ବଶ୍ରୀ ବେଲେଶ୍ବର ସାହୁ, ଭୁବନାନନ୍ଦ ତ୍ରିପାଠୀ, ପ୍ରଦୀପ ବିଶି,ରବିନ୍ଦ୍ର ସେଠୀ, ଏସ୍ ଲକ୍ଷ୍ମୀନାରାୟଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରଦୀପ ପ୍ରଚାର ସମିତିର ସଂପାଦକ ବାପୁଜୀ ରାୟ କର୍ମକର୍ତ୍ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସତ୍ୟାନନ୍ଦ ଦାସ ମଂଚ ପରିଚାଳନା କରିଥିବା ବେଳେ ପ୍ରଚାର ସମିତିର ଅଧ୍ୟକ୍ଷ ଭାସ୍କର ସିଂ ଓ ସଂଯୋଜକ ଅମୂଲ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ବେହେରା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ମହିଳା । ସୋସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ

Sunil Chandra Nayak

Leave a Comment

error: Content is protected !!