ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ।

ନର୍ଲା (ମନିସ)  ଯୋଗ ଶାରୀରିକ, ମାନସିକ ଓ ବୈ।ଦ୍ଧିକ ପ୍ରଗତିର ମୂଳ ସ୍ରୋତ। ମାନବତା ପାଇଁ ଯୋଗ । ଏହି ମର୍ମକୁ ଆଧାର କରି ଆଜି ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ ଓ ବିଦ୍ୟାଳୟ ସଂପାଦକ ସଞ୍ଜିବ ଦାସ ଯୋଗଦାନ କରି ଶରୀରକୁ ସୁସ୍ଥ, ମନକୁ ଶାନ୍ତି ଓ ଶ୍ୱାସକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ସାରା ବିଶ୍ବରେ ଯୋଗ ଦିବସ ପାଳନ ହେଉଥିବା ମନ୍ତବ୍ୟ ରଖିଥିଲେ। ବିଦ୍ୟାଳୟ କାର୍ଯ୍ୟକାରୀ ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଭାଇଭଉଣୀ ଯୋଗାଭ୍ୟାସ କରିଥିଲେ। ଆଚାର୍ଯ୍ୟ ପବିତ୍ର ମୋହନ ଛୁରିଆ, ଜୟଶଙ୍କର ରାଉତ, ବିମଳ ନାଏକ ପ୍ରମୁଖ ଉପସ୍ଥିତ ରହି ଶାରୀରିକ ଯୋଗଶିକ୍ଷା ଦେଇଥିଲେ

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।।

Related posts

ଇସ୍ପାତ ସହରରେ ୩ ଦିନିଆ ଆନ୍ତ ଓଡିଶା କ୍ୟାରୋମ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଳିଆକୁ ଜ୍ଵର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭୂସ୍ବର୍ଗ ସାଜଇ ଧରା

Leave a Comment

error: Content is protected !!