ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକଳ୍ପ ଅନୁମୋଦନ କଲେ ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ

ବାଲେଶ୍ବର,୨୧/୬/୨୨- ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମହୋଦୟ ଏବେ ଚର୍ଚ୍ଚାରେ । ଦିନକୁ ଦିନ ଲୋକପ୍ରିୟତା ବଢିବାରେ ଲାଗିଛି । ବିଭିନ୍ନ ଅଞ୍ଚଳକୁ ଯାଇ ଲୋକମାନଙ୍କ ସମସ୍ୟା ବୁଝି ସମଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଉଛନ୍ତି । ଯାହାଦ୍ୱାରା ଲୋକମାନଙ୍କର ଅତି ନିକଟତର ହେଉଛନ୍ତି । ଏହି ଅବସରରେ ଗତ ତା ୧୮/୬/୨୨ ରିଖରେ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତର କୁପୁରା ଗ୍ରାମକୁ ଯାଇ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ । ଗାଁ ଦାଣ୍ଡରେ ବସି ଲୋକମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିବା ବେଳେ କେତେକ ସମସ୍ୟା ବାବଦରେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ନଜରକୁ ଆଣିଥିଲେ ଆଲୋଚନାରେ ବସିଥିବା ବ୍ଯକ୍ତିମାନେ । ମାନ୍ଯବର ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ ସମସ୍ୟା ବିଷୟରେ ଅବଗତ ହେବାପରେ ସଙ୍ଗେ ସଙ୍ଗେ ୩ଟି ପ୍ରକଳ୍ପ ପାଇଁ ନିଜ ହାତପାଣ୍ଠିରୁ ୧୨ ଲକ୍ଷ ଟଙ୍କା ଦେବାପାଇଁ ଘୋଷଣା କରିଥିଲେ । ପ୍ରକଳ୍ପ ଗୁଡିକ ହେଲା-(୧) ୮ ଲକ୍ଷ ଟଙ୍କା ବ୍ଯୟରେ କୁପୁରା ମହାଦେବ ମନ୍ଦିର ନିକଟରେ ନୂତନ କୋଠଗୃହ ନିର୍ମାଣ (୨) ୨ ଲକ୍ଷ ଟଙ୍କା ବ୍ଯୟରେ କୁପୁରା ଘନଶ୍ୟାମ ଲେଙ୍କା ପୋଖରୀ ଠାରୁ ବଳରାମ ସାହୁ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ (୩) ୨ ଲକ୍ଷ ଟଙ୍କା ବ୍ଯୟରେ କୁପୁରା ଘନଶ୍ୟାମ ଲେଙ୍କା ପୋଖରୀ ଠାରୁ ଭୀମସେନ ସାହୁ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ । ଏ ସମସ୍ତ ପ୍ରକଳ୍ପର ଶୁଭ ଉଦଘାଟନ କରି ଶୀଘ୍ର କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଛନ୍ତି ମାନ୍ଯବର ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ଏଥିରେ ସମ୍ପୃକ୍ତ ଅଞ୍ଚଳବାସୀ ବହୁ ଖୁସି ଅନୁଭବ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରତିମା ଶତପଥି ଙ୍କ କବିତା ଶୀତ ଆସିଛି

Sunil Chandra Nayak

ବୋର୍ଡl ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

Leave a Comment

error: Content is protected !!