ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ସଭା

 ମ.ରାମପୁର,୨୪/୫( ମସୀହା): ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ଅଗ୍ରଣୀ ସେନାପତି,ବିଶିଷ୍ଟ ମାକ୍ସବଦୀ ତତ୍ୱବିତ୍, ପୂର୍ବତନ ଲୋକସଭା ସଭ୍ୟ ଓ ସିପିଆଇଏମ ର ପୁର୍ବତନ ରାଜ୍ୟ ସମ୍ପାଦକ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଗତ କାଲି ଦେହାନ୍ତ ହୋଇଯାଇଛି l ସିପିଆଇଏମ କଳାହାଣ୍ଡି ଜିଲ୍ଲା କମିଟି ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛି l ଜିଲ୍ଲା କମିଟି ସମ୍ପାଦକ ବିଶ୍ୱଜିତ୍ ଚାଟାର୍ଜୀ ଙ୍କ ନେତୃତ୍ୱରେ ଶୋକ ସଭା କରି କମ୍ରେଡ ସାଥୀ ଶିବାଜୀ ପଟ୍ଟନାୟକଙ୍କ ଜୀବନୀ ର ସ୍ମୃତି ଚାରଣ କରିଛି l ଏହି କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ମଣ୍ଡଳୀ ସଭ୍ୟ ଗଙ୍ଗାଧର ପ୍ରହରାଜ,ଗ୍ରାମ ସମ୍ପାଦକ ସତ୍ୟଜିତ ଚାଟାର୍ଜୀ, ବିନତା ରାଉତ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲ l

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ମେହେର ସମାଜ ର ମହାସଭା ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଗାଳ୍ପିକା ମଞ୍ଜୁଳା ରଥଙ୍କ ଗଳ୍ପ ସଂକଳନ ସ୍ମୃତିର ବେଳାଭୂମିରୁ ଉନ୍ମୋଚିତ

Sunil Chandra Nayak

ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!