କାମାକ୍ଷାନଗର( ମ.ନି.ସ)୨୧/୦୯_ ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ୪୦ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ . ଭୁବନ ଅଞ୍ଚଳ ୧0ଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଛି । ତାଳଚେର ଖଣି କାର୍ଯ୍ୟାଳୟ ଅଧୀନ ରେ ରହିଥିବା ଏହି କୋଇଲା ଡିପୋ ଗୁଡିକୁ ସୁରକ୍ଷା ଯୋଗାଉଛି କିଏ ? ଢେଙ୍କାନାଳ ଜିଲ୍ଲାରେ କୋଇଲା ର ବ୍ୟବସାୟ କିଭଳି ପୋଲିସ ଓ ଖଣି ବିଭାଗ ଜ୍ଞାତସାରରେ ହୁଏ ତାହା ସଦର ଥାନା ଅଧିକାରୀ ଅଭିନଵ ଡ଼ାଳୁଆଙ୍କ ଠାରୁ ପ୍ରମାଣିତ । ଜାତୀୟ ରାଜପଥ ୫୩ର ମଠକରଗୋଳା ଆଦିପୁରା, ଶାମଳ ଭୁବନର ନୂଆଭୁବନ, ଭଦଳିଆପସି, ନଟାକଟା , ଛାଟଖମ୍ବ , ଗମରଗୋଳ ଆଦିସ୍ଥାନ ରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର କଳିଙ୍ଗ ନଗର ଯାଉଥିବା ଟ୍ରକ ରୁ ଅନଲୋଡ଼ ହେଉଛି । ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନ କୁ ଟ୍ରକ ଟ୍ରାକ୍ଟର ଯୋଗେ ପଠାଯାଉଛି । ଆଜି ଚନ୍ଦାର ଠାରେ ଠାବ କରାଯାଇଥିବା କୋଇଲା ର ଟ୍ରକ କାଦୁଆ ମାଟିରେ ପଶି ଯିବାରୁ ଟ୍ରକ ଆଗକୁ ଯାଇପାରିନଥିଲା . ତେବେ ରାତାରାତି କୋଇଲା କୁ ଅନଲୋଡ କରାଯାଇ ଟ୍ରକ କୁ ଲୁଚାଇ ରଖାଯାଇଥିବାରୁ କୋଇଲା ର ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି । ଭୁବନ ପୋଲିସ କୋଇଲା କୁ ଜବତ କରି ଖଣି ବିଭାଗ କୁ ସୁଚନା ପ୍ରଦାନ କରାଯାଇଛି । ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିରବ ରହିଥିବା ବେଳେ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି । ଖଣିମନ୍ତ୍ରୀଙ୍କ ଅଞ୍ଚଳ ରେ ଖଣିଜ ଦ୍ରବ୍ୟର ଏଭଳି ଚୋରା କାରବାର ମନ୍ତ୍ରୀଙ୍କ ସ୍ୱଛତା ପ୍ରତି ଆଙ୍ଗୁଟି ଦେଖାଉଛି ।
କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କଙ୍କ ରିପୋର୍ଟ