ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣିମନ୍ତ୍ରୀଙ୍କ ଇଲାକା ଚନ୍ଦାର ଗାଁରେ ଲକ୍ଷାଧିକ ଟଙ୍କାର କୋଇଲା ଠାବ 

କାମାକ୍ଷାନଗର( ମ.ନି.ସ)୨୧/୦୯_  ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ଚନ୍ଦାର ଗ୍ରାମ ନିକଟରେ ଥିବା ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱ ରେ ୪୦ ଟନ ରୁ ଉର୍ଦ୍ଧ ଚୋରା କୋଇଲା ପଡ଼ିରହିଛି । ଗ୍ରାମବାସୀ ମାନେ ଶୌଚ ହେବାକୁ ଆସିବା ବେଳେ ଖୋଲା ପଡିଆରେ କୋଇଲା ପଡ଼ିଥିବା ଦେଖିବାକୁ ପାଇଥିଲେ . ଭୁବନ ଅଞ୍ଚଳ ୧0ଟି ସ୍ଥାନରେ ଚୋରା କୋଇଲା ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଛି । ତାଳଚେର ଖଣି କାର୍ଯ୍ୟାଳୟ ଅଧୀନ ରେ ରହିଥିବା ଏହି କୋଇଲା ଡିପୋ ଗୁଡିକୁ ସୁରକ୍ଷା ଯୋଗାଉଛି କିଏ ? ଢେଙ୍କାନାଳ ଜିଲ୍ଲାରେ କୋଇଲା ର ବ୍ୟବସାୟ କିଭଳି ପୋଲିସ ଓ ଖଣି ବିଭାଗ ଜ୍ଞାତସାରରେ ହୁଏ ତାହା ସଦର ଥାନା ଅଧିକାରୀ ଅଭିନଵ ଡ଼ାଳୁଆଙ୍କ ଠାରୁ ପ୍ରମାଣିତ । ଜାତୀୟ ରାଜପଥ ୫୩ର ମଠକରଗୋଳା ଆଦିପୁରା, ଶାମଳ ଭୁବନର ନୂଆଭୁବନ, ଭଦଳିଆପସି, ନଟାକଟା , ଛାଟଖମ୍ବ , ଗମରଗୋଳ ଆଦିସ୍ଥାନ ରେ ଦୈନିକ ଏହି ଚୋରା କୋଇଲା ବାଲେଶ୍ୱର କଳିଙ୍ଗ ନଗର ଯାଉଥିବା ଟ୍ରକ ରୁ ଅନଲୋଡ଼ ହେଉଛି । ରାତାରାତି କୋଇଲାକୁ ବିଭିନ୍ନ ସ୍ଥାନ କୁ ଟ୍ରକ ଟ୍ରାକ୍ଟର ଯୋଗେ ପଠାଯାଉଛି । ଆଜି ଚନ୍ଦାର ଠାରେ ଠାବ କରାଯାଇଥିବା କୋଇଲା ର ଟ୍ରକ କାଦୁଆ ମାଟିରେ ପଶି ଯିବାରୁ ଟ୍ରକ ଆଗକୁ ଯାଇପାରିନଥିଲା . ତେବେ ରାତାରାତି କୋଇଲା କୁ ଅନଲୋଡ କରାଯାଇ ଟ୍ରକ କୁ ଲୁଚାଇ ରଖାଯାଇଥିବାରୁ କୋଇଲା ର ମାଲିକାନା ନେଇ ସନ୍ଦେହ ପ୍ରକାଶ ପାଇଛି । ଭୁବନ ପୋଲିସ କୋଇଲା କୁ ଜବତ କରି ଖଣି ବିଭାଗ କୁ ସୁଚନା ପ୍ରଦାନ କରାଯାଇଛି । ଏ ସଂପର୍କରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିରବ ରହିଥିବା ବେଳେ ସାଧାରଣ ରେ     ଉଦବେଗ ପ୍ରକାଶ ପାଇଛି । ଖଣିମନ୍ତ୍ରୀଙ୍କ ଅଞ୍ଚଳ ରେ ଖଣିଜ ଦ୍ରବ୍ୟର ଏଭଳି ଚୋରା କାରବାର ମନ୍ତ୍ରୀଙ୍କ ସ୍ୱଛତା ପ୍ରତି ଆଙ୍ଗୁଟି ଦେଖାଉଛି ।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କଙ୍କ ରିପୋର୍ଟ

Related posts

ଡିଲର ଫେଡେରେସନର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର ବେସାହାରା ଏବେ ପରିବାର

Sunil Chandra Nayak

Leave a Comment

error: Content is protected !!