ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

ଢେଙ୍କାନାଳ : ଓଡ଼ପଡ଼ା ବ୍ଲକ ଅଧିନସ୍ଥ ବାଙ୍ଗୁରିସିଂଙ୍ଗ ଗ୍ରାମର ପ୍ରାୟ ଶତକଡ଼ା ୯୦% ଗ୍ରାମବାସୀ ଚାଷ ଉପରେ ନିର୍ଭର କରି ଚଳିଥାଆନ୍ତି । ହେଲେ ଗତ ୮ ରୁ ୧୦ ବର୍ଷ ହେଲା ହାତି ଉପଦ୍ରବ କରିବା ଫଳରେ ଗ୍ରାମର ପରିବା ଚାଷୀ ବହୁତ କ୍ଷତି ସହୁଛନ୍ତି । ବାରମ୍ଵାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହା ପାଇଁ ତହସିଲଦାର ଓଡାପଡ଼ା,ଜେଙ୍କାନାଳ ରେଞ୍ଜର, ମୋଟଙ୍ଗା ଥାନା ଅଧିକାରୀ ଓ ଗ୍ରାମର ସରପଞ୍ଚ ଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଲା । ବୈଠକ ପରେ ମଧ୍ୟ ଆଜିଯାଏ କୌଣସି ସୁଫଳ ମିଳିଲା ନାହିଁ।ଗ୍ରାମବାସୀ ୧୦ % ସରକାରୀ ଦେୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ତା ପରେ ମଧ୍ୟ ଜଙ୍ଗଲ ବିଭାଗର ଖାମ୍ ଖିଆଲି ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରିଲେ ନାହିଁ । ତେଣୁ ଏକ ଲିଖିତ ପତ୍ର ମାଧ୍ୟମରେ ରୋହିତ କୁମାର ସାହୁ, ଜଗବନ୍ଧୁ ଦଲେଇ ଓ ଗ୍ରାମର ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲାପାଳ ସରାଜ କୁମାର ସେଠୀ ଙ୍କୁ ଜଣାଇଥିଲେ । ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ ନହେବ ତେବେ ଜନ ଆନ୍ଦୋଳନ ତିବ୍ରତର ହେବ ବୋଲି କହିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ , ନର୍ଲାବ୍ଲକ ଅଧ୍ୟକ୍ଷା ଭାବରେ ପୁଣି ନିର୍ବାଚିତ ହେଲେ ମନୋରମା ମହାନ୍ତି

Sunil Chandra Nayak

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

ରୋଗ ଶଯ୍ୟାରେ ପରିବାର ମୁଖିଆ ପ୍ରସଙ୍ଗ ,ଦିବାକର ଙ୍କୁ ସହାୟତା ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ଲେଖିଲେ ସିଡିଏମଓ

Sunil Chandra Nayak

Leave a Comment

error: Content is protected !!