ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଏକା ଏକା ଭଲ ଲାଗେନା

 ଏକା ଏକା ଭଲ ଲାଗେନା

ବିରହିଣୀ ଗାଏ ବିରହି ଗତୀତିକା
ହୋଇ ମନେ ଆନମନା
ନିଃସଙ୍ଗତା ପ୍ରାଣ ଲାଗେ ଫିକା ଫିକା
କାହାକୁ କହି ପାରେନା।।
ନିତି ଜିଏଁ ମରେ ପ୍ରତି ମୂହୁର୍ତ୍ତରେ
ଏକା ଏକା ଭଲ ଲାଗେନା
ତୁମ ମଧୁସ୍ମୃତି ଅବିରତେ ମୋର
ହୃଦୟେ ଦିଏ ଯାତନା।।
ବାସୁ ଥିଲା ପ୍ରେମ ବାସ୍ନା ଚାରିପାଖେ
ସାଥି ଥିଲ ପାଖେ ଯେବେ
ପ୍ରେମ ଫଗୁଣର ରଙ୍ଗରେ ଏ ମନ
ବୋଲି ହେଉଥାଏ ତେବେ।।
ମନ ପକ୍ଷୀ ମୋର ଆଶା ବିଶ୍ଵାସରେ
ଡେଣା ମେଲି ଉଡୁଥିଲା
ଭରଷାରେ ତୁମ ବାନ୍ଧିଥିଲା ନିଡ
କେତେ ସ୍ବପ୍ନ ଦେଖିଥିଲା।।
ଅସରନ୍ତି ଆଶା ମୁଠା ମୁଠା ସ୍ବପ୍ନ
ନିମିଷକେ କଲ ଚୁନା
ମିଛ ପ୍ରତିଶୃତି ଛଳନା ତୁମର
ବୁଝିଗଲି ଆଜି ସିନା।।
ତଥାପି ଚାଲୁଛି ଜୀବନର ବାଟ
ଆଜି ଏକା ଏକା ହୋଇ
ତୁମେ ଗଲାପରେ ନିଷ୍ପ୍ରାଭ ପ୍ରାଣଟା
ନିଇତି ଲୁହ ଝରାଇ।।
ତୁମେତ ସାଜିଲ ଅପହଞ୍ଚ ତାରା
ଜୀବନ ଆକାଶେ ମୋର
ଦେଖିବାକୁ ଥରେ ଚାହିଁଲେ ବି ମନ
ପାଏନା ପତ୍ତା ତୁମର।।
ହୃଦୟ ସ୍ପନ୍ଦନ ପ୍ରତିଟି ନିଶ୍ଵାସ
କହୁଥାଏ ତୁମ ନାମ
ବଞ୍ଚିବାର ସ୍ବାଦ ମିଳେ ନାହିଁ ଆଉ
ପ୍ରାଣ ମରୁଭୂମି ସମ।।।

           ମମତା ସାହୁ 

            ଗାଈଗାଁ, କଳାହାଣ୍ଡି

Related posts

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

ଜିଲ୍ଲା ସଂସ୍କୃତି ପରିଷଦରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାମିଲ

Sunil Chandra Nayak

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

Leave a Comment

error: Content is protected !!