ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଗୋପବନ୍ଧୁପାଲୀ ରେ କପଡା ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା/ ଅଲ ଇଣ୍ଡିଆ କପଡା ବ୍ୟାଙ୍କ, ରାଉରକେଲା ଶାଖା ତରଫରୁ ୩୩ ନମ୍ବର ୱାର୍ଡ ଗୋପବନ୍ଧୁପାଲୀର ଲୋହରପଡା ଠାରେ କପଡା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। କପଡା ବ୍ୟାଙ୍କ ର ସଭାପତି ସରିତା ସିଂହ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ପ୍ରାକ୍ତନ କାଉନସିଲର ପ୍ରମିଳା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ କପଡା ବଣ୍ଟନ ସହ ବିସ୍କୁଟ ଓ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ। ଏହା ସହ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଅନୁପ୍ରାଣିତ କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଉପସଭାପତି ଝୁନୁ ନାୟକ,ସଂପାଦକ ପି.ବି.ସାଜୀ,କୋଷାଧ୍ୟକ୍ଷ ଆଇନଜୀବୀ ନୀରଜ ସିଂହ, ଲୁସି ଦାଶ, ମିନାକ୍ଷୀ ପାଢୀ,କାପ୍ରା ହାସଁଦା,ରାଜେଶ ଅଗ୍ରୱାଲ,ତେଜସ୍ବିନୀ ରଥ ଓ ସମାଜସେବୀ ବିଦ୍ୟୁତ୍ କୁମାର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇ କପଡା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀମତୀ ସିଂହ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା ଗୋଲାପ

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!