ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ନବଜୀବନ ମଣ୍ଡଳ ତରଫରୁ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳନ

ରାଉରକେଲା/ ଉତ୍କଳ ନବଜୀବନ ମଣ୍ଡଳ ଜଗଦା ଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ, ସ୍ବାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ନେତ୍ରୀ, ସମାଜରେ ହେଉଥିବା ଶୋଷଣ,ଅନ୍ୟାୟ, ଅତ୍ୟାଚାର ରେ ପୀଡିତ ଚାଷୀ,ମୂଲିଆ, ଗରୀବ ଆଦିବାସୀ, ହରିଜନଙ୍କ ମୁକ୍ତି ସଂଗ୍ରାମର ପ୍ରତୀକ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୀବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ହରିହର ରାଉତରାୟ,ନୀଳଶୈଳ ର ମୁଖ୍ୟ ରାଜକିଶୋର ଧଳ, ସମାଜସେବୀ ଗୁଣନିଧି ବଳ,ଚିତ୍ତ ଜେନା,ସନ୍ତୋଷ ନାୟକ,ପ୍ରଭାତ ମହାନ୍ତି,ହରିହର ବେହେରା, ସୁନନ୍ଦା ବରାଳ,ସୁଷମା ପାତ୍ର,ଲକ୍ଷ୍ମୀଧର ନାୟକ ଆଦି ଏହି ମହିୟସୀ ମହିଳାଙ୍କ ସ୍ମୃତି ଚାରଣ କରିଥିଲେ। ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ମାଳତୀ ଚୌଧୁରୀ ଙ୍କ ଜୀବନୀ ଓ କର୍ଯ୍ୟଶୈଳୀ ସଂପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ ବାସୁ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

Sunil Chandra Nayak

ପ୍ରସନ୍ନ ମଣ୍ଡଳ ଙ୍କ କବିତା ଦୁଇଟି ମିଶିଲେ ଏକ

Sunil Chandra Nayak

Leave a Comment

error: Content is protected !!