ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା କଳା ଛାଇ

କଳା ଛାଇ

 

ଏବେ ଆଉ ନାହିଁ

ପାପ ପୁର୍ଣ୍ୟର ବିଚାର ଭିତରେ

ବଞ୍ଚିବାର ନିଶା

ସମ୍ପର୍କର ଏଇ ସମ୍ପୂର୍ଣ ପୃଥିବୀ ତ

ପ୍ରଳୟ ର ରକ୍ତ ରଙ୍ଗରେ

ଲାଲ ମାଟିର ସିନ୍ଧୁକ ହେଲାଣି

ଯେଉଁଠି,

କେଉଁ ଏକ ଅନ୍ତଃ କରଣରୁ

ସୃଷ୍ଟି ହେଉଥିବା ପ୍ରେମ ସବୁ

ଉପଭୋଗ୍ୟ ବସ୍ତୁ ପାଲଟି ଗଲାଣି

ପାଲଟି ଗଲାଣି ଅଭିନୟର କଳଙ୍କ

ଏଇ ଯେମିତି

ତୁମେ ଏବେ ମୋର, ଆଉ ଟିକେ ପରେ

ତୁମେ ଆଉ କାହାର

ବାସ, କେଉଁ ଏକ ପାପ ସମ୍ପର୍କରେ

ସୃଷ୍ଟି ହେଉଥିବା ଭୃଣ

ଇତିହାସ ଲେଖିଯାଏ ଅଳିଆ ଗଦାରେ ll

 

ଏଠି ନିଈତି

ଭାବି ବସୁଥିବା, ଲେଖି ବସୁଥିବା

କବି ମାନେ,ଲେଖକ ମାନେ

ଗୋଟିଏ ଗୋଟିଏ ବ୍ୟର୍ଥ ବିକଳ୍ପ ସାଜନ୍ତି

ଲେଖା ଖାଲି କାଗଜ ଭିତରେ

ମେଞ୍ଚାଏ ସ୍ମୃତି ହୋଇ ରହେ

ନିଜକୁ ନିଜେ ଆନନ୍ଦ ଦିଏ…

ବାସ୍ତବତା କିନ୍ତୁ

ବିଡମ୍ବନାର ଆସ୍ତରଣରେ

ବାଟ ଭୁଲା ଅତିଥି ହୁଏ

ନିଜକୁ ଖୋଜୁଥାଏ କିନ୍ତୁ ପାଉ ନଥାଏ

ଯେଉଁଠି ପ୍ରେମ ସାଜେ ଅନ୍ଧ

ଆଇନ ସାଜେ ଅନ୍ଧ, ରାଜା ବି ସାଜେ ଅନ୍ଧ

ନିଆଁ ପରି ଜଳେ ଆଉ ଜଳାଏ  

ଏଇ ସମାଜ ଭିତରେ……. Il

 

ମୁଁ ଜାଣିଛି

ଖୁବ ଭଲ ଭାବରେ ଜାଣିଛି

ମୋ ଛାଇର ରଙ୍ଗ ବି କଳା

କିନ୍ତୁ ମୋ ଛାଇ କେବେ ଭୁତ ପରି

ମୋତେ ଡରାଏନା……

ଗୋଟିଏ ଗୋଟିଏ ଖୁନି, ଆସାମୀ, ଚୋର

ଖଣ୍ଟ, ତସ୍କର ପରି ପାପି ମାନଙ୍କର

କଳା ଛାଇ ପରି…

ଯାହାକୁ ଦେଖିଲେ ଡର ଲାଗେ… ଡର ଲାଗେ ll

 

ନବ କୁମାର ଦାସ

ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର

 

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

Sunil Chandra Nayak

ମାଷ୍ଟର ସେଣ୍ଟର ଉଦଘାଟ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁସ୍ମିତା

Leave a Comment

error: Content is protected !!