ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ସାରସ୍ବତ ଅଭିନନ୍ଦନ

ସାରସ୍ବତ ଅଭିନନ୍ଦନ

 

ମାଆ ବିରଜାଙ୍କୁ ପ୍ରାର୍ଥନା କରି ମୁଁ

ଅଭିନନ୍ଦନଟି ଦିଏ ,

ସାରସ୍ୱତ ହେଉ ସତ୍ୟରେ ପ୍ରଗତି

 ଆନନ୍ଦେ ଅଧିର ରୁହେ ।।

 

ସାହିତ୍ୟକ ହୋଇ ସତ୍ଯ ପଥେ ଯିବା

ଅଜ୍ଞ ଉମାକାନ୍ତ କୁହେ ,

ଏ ଉତ୍କଳ ମାଟି ମାନ ମର୍ଯ୍ୟାଦାର

ବାଣୀ ଇତିହାସ ବୁହେ।।

 

ଯେଉଁ ଭାଷା ଆଜି ଶାସ୍ତ୍ରୀୟ ଭାଷାରେ

ଜଗତ ମାନ୍ୟତା ଦିଏ,

ବାହ୍ଯ ଦୁନିଆରେ ଭବ୍ଯ କବି ହୋଇ

ରଖିବା ମାନ ତା ସର୍ବେ ।।

 

ସତ୍ୟ ସମ୍ପର୍କର ମହା ସେତୁ ବାନ୍ଧି

ବଞ୍ଚିବା ଏ ମାଟି ଗର୍ଭେ,

ଚାରି ଦିଗେ ଆମ୍ଭ ଉତ୍କଳ ଗାରିମା

କହି ବୁଲୁଥିବା ଗର୍ବେ ।।

 

ସଂସ୍କୃତି ଏକତା ୟା ମୂଳ ଆଧାର

ଯା ବଳେ ସକ୍ରିୟ ଆମ୍ଭେ,

ମଧୁବାବୁ ଆଦି ଯେତକ ସଂଗ୍ରାମୀ

କରି ପାଇଛନ୍ତି ସେବେ ।।

 

ଭାଷା ଅଗ୍ରଗତି ଏ ରାଜ୍ୟ ସମ୍ପତ୍ତି

ଅଜାଡି ନ ଦିଅ କେବେ,

ନିଷ୍ଠାପର ଭାବେ ହୋଇ ଦ୍ବାରପାଳ

ଜଗି ରହୁଥିବା ସର୍ବେ।।

 

ଉମାକାନ୍ତ ଦାସ

ସମ୍ପାଦକ

ଜୟ ମାଆ ବିରଜା ସାହିତ୍ୟ ସଦନ

ଲାଲାବାଗ ,ଖାନନଗର ଯାଜପୁର

 

Related posts

କବିତା ସାହୁ  ଙ୍କ କବିତା କଳା କାହ୍ନୁ ବଇଶୀ ଧର 

Sunil Chandra Nayak

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

Sunil Chandra Nayak

ଜିଲ୍ଲାପାଳ – ଦାୟିତ୍ୱ ନେବା ପରେ ପ୍ରଥମେ ଜିଲାର କେସିଙ୍ଗା ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!