ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ ଜଣାଣ ଦୁଃଖ

ଦୁଃଖ

 

କିଏସେ ବୁଝିବ ପ୍ରଭୁ

                ତୁମରି ଦୁଃଖକୁ

ଦିଶେନାହିଁ ଏହା ସବୁ 

                 କାହାରି ଆଖିକୁ

ଆଖିଥାଇ ଅନ୍ଧ ଆମେ

                  ଦିଶେନି କାହାକୁ

କିଏସେ ବୁଝିବ ପ୍ରଭୁ…………..୧

 

ଇନ୍ଦ୍ରପୁରୀ ଛାଡିତୁମେ 

                   ଏଣେ ତେଣେ ବୁଲ

ନିଜ ଦୁଃଖ ନିଜେ ସହି 

                  ଦୁଃଖହାରି ହେଲ

ଭାବିଲନି କେବେହେଲେ 

                   ନିଜର ସୁଖକୁ

କିଏସେ ବୁଝିବ ପ୍ରଭୁ…………..୨

 

ଛପନ କୋଟି ଜୀବର 

                   ପଡ଼ି ଦାତା ତୁହି

ତୋର ପେଟ ପାଇଁ ଏଠି 

                   ଅନ୍ନ ମିଳେନାହିଁ

ମାଗିଖାଇ ଦିଅତୁମେ 

                     ନକୁହ କାହାକୁ 

କିଏସେ ବୁଝିବ ପ୍ରଭୁ…………..୩

 

ଅସରନ୍ତି ଦୁଃଖ ତୁମ 

                  ନିଜର ରଖିଛ

କହିବାକୁ ବେଳନାହିଁ  

                  ନିଜେତ ଭୋଗୁଛ

ଦେଖିଦେଲେ ଭକ୍ତି ଭାବ

                 ଉଦ୍ଧାର ତାହାକୁ !             

  କିଏସେ ବୁଝିବ ପ୍ରଭୁ

                ତୁମରି ଦୁଃଖକୁ………..୪

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ପ୍ରବନ୍ଧ ଦୀପାବଳି

Sunil Chandra Nayak

ବ୍ୟାଙ୍କ୍ ଜମା ଖାତାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ପ୍ରିମିୟମ ପାଇଁ ଟଙ୍କା କରିଥିଲେହେଁ ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ

Sunil Chandra Nayak

Leave a Comment

error: Content is protected !!