ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜେସିବି ଗାଡି ଚୋରି କରି ବିକ୍ରି ଅଭିଯୋଗ, ଚୋର ଓ କ୍ରେତା ଗିରଫ 

କୋକସରା, ୧୩/୪ – ଜେସିବି ଗାଡି କୁ ଚୋରି କରି ଜନୈକ କବାଡି ବ୍ୟବସାୟୀ ନିକଟରେ ବିକ୍ରି ଘଟଣା କୋକସରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି । ହେଲେ କୋକସରା ପୋଲିସ ଘଟଣାର ପର୍ଦାଫାସ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୁଚନା ମତେ ଏକ ଠିକାସଂସ୍ଥା ରେ ବିହାର ରାଜ୍ୟର ଜଣେ ଗାଡି ମାଲିକ ଶ୍ୟାମ ସୁନ୍ଦର ସିଂ ନିଜର ପ୍ରୋକ୍ଲିନ ଗାଡି କୁ ଦେଇଥିଲେ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ନିକଟରେ ଠିକାସଂସ୍ଥା ର କେମ୍ପ ରେ ରହିଥିଲା। କେମ୍ପ ଉଠିଯିବା ପରେ ଗମ୍ଭାରୀଗୁଡା ଗ୍ରାମର ଜଣେ ଯୁବକ କପିଳେଶ୍ୱର ଭାଟି କୁ ଗାଡି ଦେଖାରେଖା କରିବା ପାଇଁ ନିୟୋଜିତ କରାଯାଇଥିଲା। ତେବେ ଗତ ୮ ତାରିଖ ଶୁକ୍ରବାର ଦିନ ଗାଡି କେମ୍ପ ର ନ ଥିବା ଦେଖି ଏ ନେଇ କପିଳେଶ୍ୱର ଭାଟି ଗାଡି ମାଲିକ ଙ୍କୁ ଫୋନ କରିବାରୁ ସେ ଗାଡି ଆଣିନଥିବା କହିଥିଲେ । ପରେ କିଛି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ଚିକିଳି ଗ୍ରାମର ଶୈଳେନ୍ଦ୍ର ସାହୁ ଦୁଇଟି ହାଇଡ୍ରା ଗାଡି ସହାୟତା ରେ ଜେସିବି ଗାଡି କୁ ଟ୍ରଲର ଗାଡି ରେ ଲଦି ନେଇଥିବା ଜାଣିବାକୁ ପାଇଥିଲେ ଓ ମାଲିକ ଶ୍ୟାମ ସୁନ୍ଦର ସିଂ ଙ୍କୁ ଜଣାଇବା ପରେ ଏ ନେଇ ଗତ ଶନିବାର ୯ ତାରିଖ ରେ କୋକସରା ଥାନା ରେ ଗାଡି ମାଲିକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣା ର ତଦନ୍ତ କରି ଶୈଳେନ୍ଦ୍ର ସାହୁ (୫୫) କୁ ଥାନା ରେ ଆଣି ଅଟକ ରଖିବା ସହ ପଚରାଉଚରା ପରେ ସେ ଗାଡି ଚୋରି କରି ନେଇଥିବା ମାନିଥିଲେ ଓ ଧର୍ମଗଡ଼ ର ଜଣେ କବାଡି ବ୍ୟବସାୟୀ ତରୁଣ କୁମାର ଅଗ୍ରୱାଲ(୩୫) ଙ୍କ ନିକଟରେ ବିକ୍ରି କରିଥିବା କହିଥିଲେ । ପୋଲିସ ଧର୍ମଗଡ଼ ରୁ ତରୁଣ ଅଗ୍ରୱାଲ କୁ ମଧ୍ୟ ଗିରଫ କରି ବୁଧବାର ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତ ଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଏ ନେଇ କୋକସରା ଥାନା କେଶ ନମ୍ବର ୮୫/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଓ ପ୍ରୋକ୍ଲିନ କୁ ନେବାରେ ବ୍ୟବହୃତ ହୋଇଥିବା ଓଡି 08 G 3692 ଓ ଓଡି 08 J 2592 ନମ୍ବର ର ଦୁଇଟି ହାଇଡ୍ରା ଓ ଓଆର୍ 08 D 3192 ନମ୍ବର ର ଟ୍ରଲର ଗାଡି ଏଭଳି ତିନୋଟି ଗାଡିକୁ ଜବତ କରିଥିବା କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ମ ନି ସ 

Related posts

ମନରେଗା, ମମତା ଓ ପେନସନ ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

Sunil Chandra Nayak

କଲମପୁର ରେ ବିପର୍ଯ୍ୟସ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ନୂଆପଡା ସଦର ପୌର ପରିଷଦ ସଂଯୁକ୍ତା ପଣ୍ଡା ଉପାଧକ୍ଷ ରୂପେ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!