ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ରାଉରକେଲା/ ଲାଠିକଟା ବ୍ଲକର ୧୩ଟି କ୍ଲଷ୍ଟରକୁ ନେଇ ଜଲଦା ସରକାରୀ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଲାଠିକଟା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ତିଳକ ସିଂହ ଓ ସମିତି ସଭ୍ୟା ନୈନା ଭଞ୍ଜ ଓ ଲାଠିକଟା ବ୍ଲକ ସହ ଶିକ୍ଷାଧିକାରୀ ଶରତ କୁମାର ପତି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସଚଳା ପଣ୍ଡା ଓ ଡଃ ଦେବେନ୍ଦ୍ର ସ୍ବାଇଁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୩ଟି କ୍ଲଷ୍ଟର ଯଥା ଜଲଦା, ହାତିବନ୍ଧା,ଗର୍ଜନ, ସୋନାପର୍ବତ,ରାମଜୋଡି,ଲାଠିକଟା,ବେଦବ୍ୟାସ,କଲୁଙ୍ଗା,ବିରକେରା,ବିରଡା,ଟାଇଁସର,ବଡଦଲକିଓ ଯୋଡାକୁଦର କ୍ଲଷ୍ଟର ରୁ ପ୍ରାୟ ୨୮୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ,ବିତର୍କ, ସାଧାରଣଜ୍ଞାନ,ବକୃତା, ସଂଗୀତ, ସୃଜନାତ୍ମକ ଲିଖନ,ଅଭିନୟ,ନୃତ୍ୟ,ଚାରୁକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଚାରକ ଭାବେ ବରିଷ୍ଠ ଶିକ୍ଷକ ଶାନ୍ତନୁ ମୁଦାଲି, ଭାସ୍କର ନନ୍ଦ,ବୃନ୍ଦାବନ ଜେନା,ଅଭୟ ସାହୁ,ତ୍ରିନାଥ ବିଶୋଇ,କାର୍ତ୍ତିକ ଚନ୍ଦ୍ର ମିଶ୍ର ପ୍ରମୁଖ ଦାୟିତ୍ବ ତୁଲାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ ହୃଷିକେଶ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି,ଲାଠିକଟାର ପ୍ରାକ୍ତନ ଶିକ୍ଷାଧିକାରୀ ପ୍ରଦୀପ କୁମାର ରଥ ମୁଖ୍ୟବକ୍ତା, ଏବିଇଓ ଶରତ କୁମାର ପତି ଓ ଜଲଦା ହାଇସ୍କୁଲ ର ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ମହନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଶିଶୁ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ବହୁ ଉପାଦେୟତା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ହେବା ସହ ସେମାନଙ୍କ ମାନସିକ ଶକ୍ତି ଦୃଢ ହୋଇଥାଏ । ସୂଚନା ଯୋଗ୍ୟ ଯେ ଏହି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମରେ ସିଆରସିସି, ବହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟିତ୍ରୀ ତଥା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଂଯୋଜିକା ସଚଳା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ‘ପରିକ୍ରମା’ଆନୁକୂଲ୍ଯରେ ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ରାଜସ୍ୱ ଫାଙ୍କି ଇଟା ବେପାରୀ ମାଲେମାଲ,,, ବର୍ଦ୍ଧିତ ଦର ଯୋଗୁଁ ଗ୍ରାହକଙ୍କ ହାଲ ବେହାଲ,,

Sunil Chandra Nayak

କୋକସରା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!