ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମନକୁ ପ୍ରଫୁଲ୍ଲ କରଇ ସଂଗୀତ
    ଶ୍ରବଣ ସୁନ୍ଦର ବାଣୀ
ଧ୍ୟାନକୁ ମଧୁର ମନ୍ତ୍ର ପାଠ ଜପ
    ପ୍ରଭୁଙ୍କୁ ସୁନ୍ଦର ଠାଣି।
ମନ୍ଦିର ସୁନ୍ଦର ଦେଉଳ ଦେବତା
     ପୂଜକ ଭକତ ମେଳ
ଭକତ ଦର୍ଶନ ନିତି ହେଉଥିଲେ
     ମିଳେ ଆଶିର୍ବାଦ ଫଳ।
ତୂଳସୀ ପାଦୁକା ଚନ୍ଦନ ମଥାରେ
     ଶରୀର ହୁଏ ପବିତ୍ର
ପ୍ରଫୁଲ୍ଲ ମନରେ ତାଙ୍କୁ ନାମ ଧରି
    ପ୍ରଭୁଙ୍କ ଦୃଶ୍ୟ ସ୍ବତନ୍ତ୍ର।
ଖୋଜିଲେ ପାଇବ ଭଜିଲେ ମିଳିବ
    ପ୍ରଭୁ ଜପ ଭକ୍ତ ସାର
ଦିନରାତି ଅଛି ଆମରି ପାଖରେ
     ଭକ୍ତ ବତ୍ସଳ ଠାକୁର।
ଯେତେ ଦିନ ପ୍ରଭୁ ଦେଖା ଦିଏ ନାହିଁ
    ସେତେ ଦିନ ପ୍ରଭୁ ଭଜ
ତପ ଜପ ବଳେ ଦେଖା ଦେବେ ହରି
     ହରିରାମ ନାମେ ମଜ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ପଡିଆହତ ଥିବା ବେଳେ ଚିକିତ୍ସିତ ଅବସ୍ଥା ରେ ଆଜି ବାହୁଡା ଯାତ୍ରା ଦିନ ତାଙ୍କ ମୃତ୍ୟୁ

ମିଳିତ ସାମ୍ବାଦିକ ସଂମୂହ ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!