ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସେମିନାର

ଧର୍ମଗଡ:୧୩/୪/୨୨: ଧର୍ମଗଡ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ଏକ ସେମିନାର ଆଜି ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ମୂଖ୍ୟ ସରୋଜ କୁମାର ମେହେର ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ସେମିନାର ରେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି ଅଧ୍ୟକ୍ଷତା କରିଥଲେ ।

 ଛାତ୍ରୀ ଜସ୍ମିନ୍ ପାଣିଗ୍ରାହୀ ଭାରତୀୟ ଇଂରାଜୀ ସାହିତ୍ୟ ର କ୍ରମ ବିକାଶ, ଛାତ୍ରୀ ବନିତା ସାହୁ ସରୋଜିନୀ ନାଇଡୁ ଙ୍କ କବିତା ରେ ଭାରତୀୟ ଚେତନା ଓ ବିଶାଖା ମାଝୀ ଗାଇଡ ଉପନ୍ୟାସ ରେ ମାନବୀୟ ମୂଲ୍ୟବୋଧ ଶୀର୍ଷକ ଉପରେ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ଛାତ୍ରୀ ବବିତା ଗୁରୁ ସେମିନାର ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଅନିତା ସାହୁ, ଲକ୍ଷ୍ୟ ପତି ନାଏକ, ସୋଦନ ନାଏକ, ଜୟସେନ ପଟେଲ,ହିମାଂଶୁ ସା, ପ୍ରମୁଖ ଛାତ୍ରୀ ମାନଙ୍କୁ ପ୍ରୋତ୍ସୋହିତ କରିଥିଲେ । ଇଂରାଜୀ ବିଭାଗ ର ସଫଳ ସେମିନାର ଆୟୋଜନ ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ୍ୟା ମୂର୍ତ୍ତି ମଞ୍ଜରୀ ପଣ୍ଡା ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଆସନ୍ତା ନୂଆଖାଇ ଓ ପାର୍ବଣ ଋତୁରେ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ା କଡି କରିବା ପାଇଁ ବ୍ୟବସାୟୀ ସଙ୍ଘର ଦାବୀ

Sunil Chandra Nayak

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

Sunil Chandra Nayak

Leave a Comment

error: Content is protected !!