ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ଉଦଯାପନୀ ଦିବସ

ଢେ଼ଙ୍କାନାଳ( ମ.ନି.ସ ) ୧୭/୧୦_ଲକ୍ଷ୍ମୀ ବଜାର ସ୍ଥିତ ମା ଲକ୍ଷ୍ମୀଙ୍କର ହୀରକ ଜୟନ୍ତୀ ର ଉଦଯାପନୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି (ମାନ୍ୟବର ଲୋକସଭା ସାଂସଦ – କେନ୍ଦ୍ରାପଡା ), ମୁଖ୍ୟ ବକ୍ତା ଶ୍ରୀମତୀ ଜୟନ୍ତୀ ପାତ୍ର – ପୌର ଅଧ୍ୟକ୍ଷା,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଅଁର ( ଉପାଧ୍ୟକ୍ଷ – ଢେ଼ଙ୍କାନାଳ ପୌର ପରିଷଦ), ଶ୍ରୀଯୁକ୍ତ ଅତନୁ କୁମାର ସାମନ୍ତ- ପୌର ନିର୍ବାହୀ ଅଧିକାରୀ ଢେ଼ଙ୍କାନାଳ, ଶ୍ରୀଯୁକ୍ତ ଲାଲିତେନ୍ଦୁ ମିଶ୍ର- ବରିଷ୍ଟ ଆଇନଜୀବୀଓଡ଼ିଶା ଉଚ୍ଚ ନ୍ୟାୟାଳୟ କଟକ, ଶ୍ରୀଯୁକ୍ତ ରାଜେନ୍ଦ୍ର ଦାସ ( ସଭାପତି ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ଢେ଼ଙ୍କାନାଳ), ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲ, ସମ୍ପାଦକ ରବି ନାରାୟଣ ବେହେରା, ଯୁଗ୍ମ ସମ୍ପାଦକ ପ୍ରଭାକର ବେହେରା, ମାୟାଧର ପାତ୍ରକାର୍ଯ୍ୟକାରିଣୀ ସମ୍ପାଦକଙ୍କ ଉପସ୍ଥିତିରେ ୭୫ ତମ ହୀରକ ଜୟନ୍ତୀ ସମାରୋହ ଓ ଉଦଯାପନୀ ଉତ୍ସବ କୁ ଉଦଘାଟନ କରାଯାଇଥିଲା । ଆଜି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ମହାଲକ୍ଷ୍ମୀଙ୍କ ପାଖରେ ଆଳତୀ କରିଥିଲେ। ମଞ୍ଚ ଉପରେ ଅତିଥି ମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ବ୍ୟାଚ ପ୍ରଦାନ କରାଯାଇଥିଲା। ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ୭୫ ତମ ହୀରକ ଜୟନ୍ତୀ ଉଦଯାପନୀ ଦିବସ ସମାରୋହକୁ ଉଦଘାଟନ କରିଥିଲେ। ମୂର୍ତ୍ତି କାରିଗର, ଲାଇଟ୍, ସାଉଣ୍ଡ,ଟେଣ୍ଟ ହାଉସ, କୁମ୍ଭାର ମାନଙ୍କୁ ଉତ୍ତରୀୟ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ଓ ସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର ମଞ୍ଚ ପରିଚାଳନା କରିଥିଲେ ବାପୁ କର। ଆଗକୁ ଏହାର ୧୦୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଲକ୍ଷ୍ମି ବଜାରର ନିଆରା ପର୍ବ ଲକ୍ଷ୍ମୀ ପୂଜା। ଅତିଥି ମାନଙ୍କୁ ଆଜି ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟ ଅତିଥି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜିର ଉଦଯାପନୀ ଦିବସଟି ସମସ୍ତ କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଳନ ହୋଇଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତତ୍ ସହ ମୁଖ୍ୟ ପରିଚାଳନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ  

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

Leave a Comment

error: Content is protected !!