ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡେଇ ପାଳନ ଉପରେ ଜିଲ୍ଲାପାଳଙ୍କ୍ ବିସ୍ତ୍ରୁତ ଆଲୋଚନା       

ନବରଙ୍ଗପୁର ୧୮.୧୦ .୨୦୨୨(ମସିହା) : ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ଅବସରରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମଣ୍ଡେଇ ନାଟକ ମହୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ମହୋତ୍ସବ ର ରୂପ ରେଖ ବିଷୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଉପସ୍ଥିତିରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏହି ନାଟକ ମହୋତ୍ସବ ପୁରୁଣା ମଣ୍ଡେଇ ପଡିଆରେ କରିବା ନିମନ୍ତେ ଉପସ୍ଥିତ ସଭ୍ଯ ମାନେ ଜିଲ୍ଲାପାଳ ଡଃ ମିଶ୍ର ଙ୍କୁ ପ୍ରସ୍ତାବ ଦେଇଥିଲେ । ତତ୍ ସହିତ ଆସନ୍ତା ନଭେମ୍ବର ମାସ ୨୩ ତାରିଖ ଠାରୁ ୨୭ ତାରିଖ ମଧ୍ୟରେ କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି ମଣ୍ଡେଇ ନାଟକ ମହୋତ୍ସବ ରେ ଜିଲ୍ଲାର ଦଶ ଗୋଟି ବ୍ଲକ ଏବଂ ଦୁଇଟି ପୌରାଞ୍ଚଳର ସର୍ବମୋଟ ବାର ଗୋଟି ନାଟକ ପରିବେଷଣ କରିବା ପାଇଁ ସ୍ଥିରୀକୃତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରି ଏକ ସଂପୂର୍ଣ୍ଣ ରୂପରେଖ ତିଆରି କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ଆଲୋଚନା ସମୟରେ ବରିଷ୍ଠ ମଞ୍ଚ ନିର୍ଦେଶକ ପ୍ରକାଶ ସାମନ୍ତରାୟ, ପ୍ରେମଚାନ୍ଦ ପଟ୍ଟନାୟକ,ବରିଷ୍ଠ କଳାକାର ଚିଦାନନ୍ଦ ପଟ୍ଟନାୟକ, ସଙ୍ଗୀତକାର ସୁରେଶ ମହାନ୍ତି ସହିତ କଳାକାର ତଥା ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଖ୍ରୀଷ୍ଟୀୟ।ନ ସମ।ଜର ସଭା ଅନୁଷ୍ଠିତ

Sunil Chandra Nayak

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ସ୍ମୃତିରେ ପଦ୍ମଶ୍ରୀ ରଜତ କୁମାର କର

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!