ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳିକା ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଷଷ୍ଠ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ (ମ ନି ସ)୧୬/୧୦_ ରିଖ ରବିବାର ଦିନ ଢେଙ୍କାନାଳ ଷ୍ଟାଡିୟମ ଠାରେ ଫିଫା ଦ୍ବାରା ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା ମାନଙ୍କର ଆନ୍ତଃ ବିଦ୍ୟାଳୟ ସ୍ତରୀୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ପଞ୍ଚମ ଦିବସର କାର୍ଯ୍ୟକ୍ରମ କୋଭିଡ -୧୯ ନିୟମ ସବୁକୁ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି।ଏହି ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ତା.୧୧.୧୦.୨୦୨୨ ରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ତା.୧୭.୧୦.୨୦୨୨ ରିଖ ସୋମବାର ଦିନ ଫାଇନାଲ ମ୍ୟାଚ୍ ହୋଇ ପରିସମାପ୍ତ ହେବ। ଆଜି ଏହାର ଷଷ୍ଠ ଦିବସରେ ମୁଖ୍ୟଅତିଥି ଭାବରେ ଜାତୀୟ ହକି କୋଚ୍ ଗିରିଧାରୀ ସାମଲ ଯୋଗଦାନ କରି ‘ କ୍ରୀଡ଼ା ହିଁ ହେଉଛି ସ୍ବାସ୍ଥ୍ୟ ସମ୍ପଦର ମୂଳପିଣ୍ଡ ଓ ଶୃଙ୍ଖଳାର ଏକ ମୁଖ୍ୟ ଭିତ୍ତିଭୂମି ‘ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତଅତିଥି ଭାବରେ ,ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଗିରିଜା ଶଙ୍କର ମହାନ୍ତି, ପ୍ରାକ୍ତନ ଶାରୀରିକ ଶିକ୍ଷା ନିରୀକ୍ଷକ ଦାୟିତ୍ଵରେ ଥିବା ତଥା ଯୋରନ୍ଦା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକ,ଢ଼େଙ୍କାନାଳ ହକି କୋଚ୍ ଫ୍ଲୋରେସିଆ ଏକା,ଢ଼େଙ୍କାନାଳ ଜିଲ୍ଲା କ୍ରୀଡ଼ା ସଂଘ, ଉପସଭାପତି ପ୍ରେମାନନ୍ଦ ବିହାରୀ, ସଞ୍ଜୟ ଭଞ୍ଜ ଓ ଅଜୟ କୁମାର ପଟ୍ଟନାୟକ,ଢ଼େଙ୍କାନାଳ ଷ୍ଟାଡିୟମରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସ ଦାୟିତ୍ଵରେ ଥିବା ଅଧିକାରୀ ତଥା କ୍ରୀଡାବିତ୍ ଶ୍ରୀକାନ୍ତ ନାୟକ,ଜାତୀୟ ଖୋ – ଖୋ ଖେଳାଳି, ଅଜୟ ଚରଣ ପଟ୍ଟନାୟକ,ବରିଷ୍ଠ ଆଥଲେଟ୍ ,ରଞ୍ଜନ କୁମାର ସାହୁ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରାକ୍ତନ ବରିଷ୍ଠ ଶିକ୍ଷକ ତଥା ସର୍ଦ୍ଦାର ପଟେଲ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ତ୍ରିପାଠୀ, ପ୍ରାକ୍ତନ ବରିଷ୍ଟ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଧଳ ଓ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପରିଡ଼ା ପ୍ରାକ୍ତନ ଫୁଟବଲ୍ ଖେଳାଳି ବିନୟ ରାଉତ ଯୋଗଦାନ କରି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।ମଞ୍ଚାସୀନ ଅତିଥିମାନେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫୁଟ୍ ବଲ ସବୁକୁ ବଣ୍ଟନ କରିଥିଲେ।

ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ଆସୋସିଏସନର ସହ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା ମଞ୍ଚାସୀନ ଅତିଥି ମାନଙ୍କୁ ଖେଳାଳୀ ମାନଙ୍କ ସହିତ ପରିଚୟ ପ୍ରଦାନ ଓ କର ମର୍ଦ୍ଦନ କରାଇଥିଲେ। ଅନ୍ୟତମ କ୍ରୀଡ଼ା ଶିକ୍ଷକ ବିପିନ ବିହାରୀ ସାହୁ ଘୋଷକ ଭାବରେ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକର ସମ୍ପୂର୍ଣ୍ଣ ସୁନ୍ଦର ଜୀବନ୍ତ ରୋମାଞ୍ଚକର ଧାରାବିବରଣୀ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

ଆଜିର ବାଳିକା ମାନଙ୍କର ବିଭିନ୍ନ ଦଳମଧ୍ୟରେ ପ୍ରଥମ ଫୁଟ୍ ବଲ ମ୍ୟାଚ୍ କାମାକ୍ଷା ନଗର ଓ ଗନ୍ଦିଆ ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାମାକ୍ଷାନଗର ଦଳର ଖେଳାଳି ମାନେ ଆକର୍ଷଣୀୟ ତିନୋଟି ଗୋଲ୍ ମାରି ୨-୦ ଗୋଲରେ କାମାକ୍ଷାନଗର ଦଳକୁ ବିଜୟର ସ୍ଵାଦ ଚଖାଇଥିଲେ। ଆଜିର ଦ୍ବିତୀୟ ଫୁଟ୍ ବଲ ମ୍ୟାଚ୍ ପରଜଙ୍ଗ ଓ ଓଡ଼ାପଡ଼ା ବାଳିକା ଦଳ ମଧ୍ୟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇ ଥିଲେ ମଧ୍ୟ ମ୍ୟାଚ୍ ଟି ୦-୦ ଡ୍ର/ଅମିମାଂସିତ ହୋଇଥିଲା । ଆଜିର ତୃତୀୟ ଫୁଟ୍ ବଲ ମ୍ୟାଚ୍ ହିନ୍ଦୋଳ ଓ ଗନ୍ଦିଆ ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ଗନ୍ଦିଆ ୨-୦ ଗୋଲରେ ବିଜୟୀ ହୋଇଥିଲା। ଆଜିର ଚତୁର୍ଥ ଫୁଟ୍ ବଲ୍ ମ୍ୟାଚ୍ କଙ୍କଡ଼ା ହାଡ଼ ଓ ଢ଼େଙ୍କାନାଳ ସଦର ବ୍ଲକ ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଙ୍କଡ଼ାହାଡ଼ ବ୍ଲକ୍ ବାଳିକା ଦଳର ଏକପାଖିଆ ଚାପ ଓ ଖେଳାଳି ମାନଙ୍କର ଅତ୍ୟନ୍ତ ଦମଦାର ଦୁଇଟି ମାତ୍ର ଗୋଲ୍ କୁ ପ୍ରତିହତ କରି ପ୍ରତିପକ୍ଷ ଢ଼େଙ୍କାନାଳ ସଦର ବାଳିକା ଦଳ ଖେଳ ଶେଷ ସୁଦ୍ଧା କୌଣସି ଗୋଲ୍ ଦେଇ ନପାରି ଚାପଗ୍ରସ୍ତ ହୋଇ ଧରାଶାୟୀ ହୋଇ ପରାସ୍ତ ହୋଇଥିଲେ ଓ ଓଡ଼ାପଡ଼ା ବ୍ଲକ ବାଳିକା ଦଳ ୨-୦ ଗୋଲ୍ ରେ ନିଜର ଆକର୍ଷଣୀୟ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ଜାରିରଖି ଆଜି ବିଜୟୀ ହୋଇପାରିଥିଲେ । ଆଜିର ପଞ୍ଚମ ଫୁଟ୍ ବଲ ମ୍ୟାଚ୍ ଭୁବନ ଓ କାମାକ୍ଷାନଗର ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାମାକ୍ଷାନଗର ବାଳିକା ଦଳ ଦମଦାର ପ୍ରଦର୍ଶନ କରି ଏକପାଖିଆ ଚାପ ପ୍ରୟୋଗ କରି ୫-୦ ଗୋଲ୍ ରେ ବିଜୟୀ ହୋଇଥିଲେ। ଆଜି ଦିନର ଶେଷ ଓ ଷଷ୍ଠ ଫୁଟ୍ ବଲ ମ୍ୟାଚ୍ ଢ଼େଙ୍କାନାଳ ସଦର ଓ ଓଡ଼ାପଡ଼ା ବାଳିକା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଢ଼େଙ୍କାନାଳ ସଦର ବ୍ଲକ୍ ବାଳିକା ଦଳ ଅତ୍ୟନ୍ତ ଚିତ୍ତାକର୍ଷକ ପ୍ରଦର୍ଶନ କରି ଏକପାଖିଆ ଚାପ ସୃଷ୍ଟି କରି ୩-୦ ଗୋଲ୍ ରେ ବିଜୟୀ ହୋଇଥିଲେ। କାମାକ୍ଷାନଗର ଉଭୟ ବାଳକ ଓ ବାଳିକା ଦଳ ଦଳ ପୂଲ୍ – ଏ ରୁ ଓ କଙ୍କଡ଼ାହାଡ଼ ଉଭୟ ବାଳିକା ଓ ବାଳକ ଦଳ ପୂଲ୍ – ବି ରୁ ଆସନ୍ତା ତା.୧୭.୧୦.୨୦୨୨ ରିଖରେ ଅପରାହ୍ନ ୩ ଘଟିକା ସମୟରେ ଆରମ୍ଭ ହେବାକୁ ଥିବା ଫାଇନାଲ ମ୍ୟାଚ୍ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ବାଳିକା ଦଳଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ଫୁଟ୍ ବଲ ମ୍ୟାଚ୍ ଗୁଡ଼ିକୁ ନିରପେକ୍ଷ ରେଫରୀ ଭାବରେ କ୍ରୀଡ଼ା ଶିକ୍ଷକ ଉମେଶ ଦାସ, ଲକ୍ଷ୍ମଣ ନାୟକ, ପ୍ରଭାସ ମହାନ୍ତି, ସାଗର ରାଉତ, ପରମାନନ୍ଦ ସୁବୁଦ୍ଧି,ଦୁଷ୍ମନ୍ତ ସେଠୀ, ଦୁଲା ରାମ ମୁର୍ମୁ , ନରେନ୍ଦ୍ର ଗୋଚ୍ଛାୟତ, ରାମକୃଷ୍ଣ ବେହେରା, ଅଶୋକ କୁମାର ସ୍ବାଇଁ, ସୁବ୍ରତ କୁମାର ମିଶ୍ର, ସୁଶିଲ କୁମାର ପଣ୍ଡା, ସୁଶାନ୍ତ ନାଥ, ସୁନିଲ୍ ପଟ୍ଟନାୟକ, ବାନାର୍ଜୀ ମହାନ୍ତି, ଅନିଲ କୁମାର ନନ୍ଦ, ସାଗର ରାଉତ ପ୍ରମୁଖ ସୁପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଢେଙ୍କାନାଳ ସଦର ବ୍ଲକ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ୍ଦ ତ୍ରିପାଠୀ, ସନ୍ତୋଷ ପାଣିଗ୍ରାହୀ, ବନବିହାରୀ ବାରିକ, ନସିମ୍ ଆରା ବେଗମ୍, ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ ସଂଘର ସହ ସମ୍ପାଦକ ବରିଷ୍ଠ କ୍ରୀଡ଼ା ଶିକ୍ଷକ ନରେଶ କୁମାର ମହାରଣା, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢ଼େଙ୍କାନାଳର ବରିଷ୍ଠ ଶିକ୍ଷକ ତଥା ମୁଖ୍ୟ ମିଡିଆ ପ୍ରଭାରୀ ଡ଼ା. ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସମସ୍ତ ସହଯୋଗ କରିଥିଲେ।ଢେଙ୍କାନାଳ ଜିଲ୍ଲା କ୍ରୀଡ଼ାସଂଘର ସମ୍ପାଦକ ନଳିନୀ କୁମାର ଦାସ ଓ ସମସ୍ତ କର୍ମକର୍ତ୍ତା ବୃନ୍ଦ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସମ୍ମିଳିତ ପ୍ରଚେଷ୍ଟା ହିଁ ସପ୍ତ ଦିବସୀୟ ଏହି ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ଦିନର ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା l

ସ୍ଵତନ୍ତ୍ର ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ସହ କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ଓ ଘାଗରାମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ପୁଷ୍ପାଞ୍ଜଳି ନନ୍ଦ ଙ୍କ ଦାୟିତ୍ଵ ଗ୍ରହଣ

Sunil Chandra Nayak

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort