ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ ଗାଡ଼ି ଉପରକୁ ବୋମା ମାଡ 

କାମାକ୍ଷାନଗର( ମ.ନି .ସ)18/10_ ଢେଙ୍କାନାଳ ଜିଲ୍ଲା ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ ଗାଡ଼ି ଉପରକୁ ବୋମା ମାଡ଼। ଦୁଇ ଦୃର୍ବୁତ୍ତ ଏକ ବାଇକ ରେ ଆସି କାମାକ୍ଷାନଗର ୨ ନଂ ଓ୍ବାର୍ଡ ମଢ଼ି ସାହି ରେ ଥିବା ବାସଭବନ ଠାରେ ବିଳମ୍ବିତ ରାତି ପ୍ରାୟ ୧.୦୪ ମିନିଟ ସମୟରେ ଗାଡି ଉପରକୁ ତିନୋଟି ବୋମା ମାଡ଼ କରିଛନ୍ତି |ଫଳରେ ଗାଡିର ପଛ କାଚ ସମ୍ପୂର୍ଣ ଭାଙ୍ଗି ଯାଇ ଥିବା ବେଳେ,ଘଟଣା ସ୍ଥଳରେ ଏବେବି ଦୁଇଟି ଅଫୁଟା ବୋମା ପଡ଼ିରହିଛି |ଏ ନେଇ କାମାକ୍ଷାନାଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି | ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକ୍ ଯୋଗେ ହେଲମେଟ ପିନ୍ଧି ଆସି ପ୍ରଥମେ ଘର ସମ୍ମୁଖରେ ଦୁଇଥର ରାଉଣ୍ଡ କରିବା ସହ ବୋମା ମାଡ କରିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସେ ବିଜୁ ଜନତl ଦଳରେ ଜଣେ ଆଗଧାଡିର ସଦସ୍ୟ ଅଛନ୍ତି। କାହ୍ନୁଙ୍କର କେହି ସତ୍ରୁତା ନଥିବା ବେଳେ କିଏ ଏବଂ କାହିଁକି ମାରିଲା ତାର ତଦନ୍ତ ପାଇଁ ସେ ଦାବି କରୁଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଏବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୁଣା ପେନସନ୍ ଯୋଜନା ଅଭିଯାନ ନେଇ ପ୍ରସ୍ତୁତି

Sunil Chandra Nayak

ଝରିଆଗୁଡା ଗାଁ ନିକଟରେ ଭାଲୁ : ଲୋକେ ଭୟଭୀତ

Sunil Chandra Nayak

Leave a Comment

error: Content is protected !!