ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରିଆଗୁଡା ଗାଁ ନିକଟରେ ଭାଲୁ : ଲୋକେ ଭୟଭୀତ

କୋକସରା,୬ା୪- ଜଙ୍ଗଲ ନଷ୍ଟ କାରଣ ରୁ ହେଉ ଅବା ଖାଦ୍ୟ ଅନ୍ୱେଷଣରେ ଏବେ ଜନ ବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁଁ ଏବେ ଜଙ୍ଗଲ ରେ ଖାଦ୍ୟ ର ଅଭାବ ସାଙ୍ଗକୁ ଜଙ୍ଗଲ ରେ ନିଆଁ ଲାଗୁଥିବା କାରଣରୁ ଗାଁ ମୁହାଁ ହୋଇଛି ଭାଲୁ । ମହୁଳ ଫୁଲ ଖାଇବା ପାଇଁ ମଧ୍ୟ ଭାଲୁ ଗାଁ ନିକଟବର୍ତ୍ତୀ ଅଂଚଳ ଆସୁଥିବା ଦେଖିବାକୁ ମିଳିଛି । ବୁଧବାର ସକାଳେ କୋକସରା ବ୍ଲକ ଝରିଆଗୁଡା ଚାଷଜମି ନିକଟରେ ଏକ ଭାଲୁ ବିଚରଣ କରୁଥିବା ଦେଖିବାକୁ ମିଲିଛି । ଗାଁ ନିକଟରେ ଭାଲୁ ଥିବା ଦେଖି ଗ୍ରାମବାସୀ ଙ୍କ ମଧ୍ୟରେ ଭୟ ର ବାତାବରଣ ଦେଖିବାକୁ ମିଳିଛି । ଏ ନେଇ ଗ୍ରାମବାସୀ ବେହେରା ଫରେଷ୍ଟର ଙ୍କୁ ଖବର ଦେବାପରେ ଫରେଷ୍ଟ କର୍ମଚାରୀ ପହଞ୍ଚି ଭାଲୁଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଭାଲୁ ଗାଁ ନିକଟରେ ଥିବା କାଜୁ ବଗିଚା ମଧ୍ୟରେ ରହିଛି । ବେହେରା ଫରେଷ୍ଟର ଫାଲ୍ଗୁନୀ ମେହେର ଙ୍କୁ ପଚାରିବାରୁ ସକାଳ ହେବାରୁ ଭାଲୁ କୁଆଡେ ଯାଇ ନପାରି ରହିଯାଇଛି, ଆମେ ତାର ଗତିବିଧି ଉପରେ ନଜର ରଖିଛୁ ବୋଳି କହିଛନ୍ତି । ମ ନିସ

Related posts

ଏସ୍‌ଏଚ୍ ୬ କଦଳୀଘାଟି ରାସ୍ତାର ବିପଦସଂକୁଳ ଖାଲ ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଲା ଆଲୁମିନିୟମ ବୋଝେଇ କଣ୍ଟେନର

Sunil Chandra Nayak

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହାଟ ସରିଗଲା ବାଟ ସରୁନାହିଁ

Sunil Chandra Nayak

Leave a Comment

error: Content is protected !!