ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଥୁଆମୂଳ ରାମପୁର:୬/୪- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମ ପଞ୍ଚାୟତ କୁମୁଡାବହାଲ ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ଅରବିନ୍ଦ ସ୍ବାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାୟକ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ଥୁଆମୂଳ ରାମପୁର କଲେଜର ପ୍ରିନ୍ସିପାଲ ଶ୍ରୀ ସତ୍ଯନାରାୟଣ ମୁଣ୍ତଛିନା ଯୋଗଦେଇଥିବା ବେଳେ ଅନ୍ଯାନ୍ଯ ଅତିଥିମାନଙ୍କ ମଧ୍ୟରେ ଡବ୍ଲ୍ୟୁଇଓ ଗଙ୍ଗାଧର ବେହେରା, ଥୁଆମୂଳ ରାମପୁର ବ୍ଳକ ଶିକ୍ଷାଧିକାରୀ ଲୋକନାଥ ବେହେରା, ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଅମରେନ୍ଦ୍ର ସାହୁ, ଥୁଆମୂଳ ରାମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କୃର୍ତ୍ତିବାସ ନାଏକ, ସମେତ୍ ସମସ୍ତ ସିଆରସିସି ଓ ଶିକ୍ଷକ ଯୋଗଦାନ କରିଥିଲେ। ସର୍ବୋମୋଟ ୩୨ଟି ବିଦ୍ୟାଳୟର ୪୨ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା। ସହଯୋଗ କରିଥିଲେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ  ଜଣାଣ

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଶବରପଡା ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଦାବୀ

Sunil Chandra Nayak

Leave a Comment

error: Content is protected !!