ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର–(ମସିହା) ଓଡିଶା ରାଜ୍ୟ ରେଡ଼କ୍ରସ ର ନିର୍ଦ୍ଧେଶ ଅନୁସାରେ ନବରଙ୍ଗପୁର ଜିଲ୍ଳା ର ବିଭିନ୍ନ ଯୁକ୍ତଦୁଇ ବିଦ୍ୟାଳୟ ଓ ଯୁକ୍ତ ତିନି ମହାବିଦ୍ୟାଳୟ ରେ ଥିବା ଯୁବ ରେଡ଼କ୍ରସ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନବରଂଗପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଏହି ବୈଠକ ରେ ଜିଲ୍ଳା ର ସ୍କୁଲ ଓ କଲେଜ ର ଅଧ୍ୟକ୍ଷ ଓ ରେଡ଼କ୍ରସ କାଉନସିଲର ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କମିଟି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଉଦଘାଟନ କରି ବିଭିନ୍ନ ଜନ ହିତକର କାର୍ଯ୍ୟ ହାତକୁ ନେଇ ଜିଲ୍ଲା ର ରେଡ଼କ୍ରସ କୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା କମିଟି ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଅନ୍ୟତମ ଅତିଥି ଭାବରେ ଯୋଗଦେଇ ରେଡ଼କ୍ରସ ର ଜିଲ୍ଳା ସ୍ଥିତି କୁ ନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ଅନେକ ଗୁଡିଏ କାର୍ଯ୍ୟକ୍ରମ କୁ ହାତକୁ ନେବାପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଳା ସଂଯୋଜକ ଶ୍ରୀ ଅଖିଳ କୁମାର ଭଟ୍ଟ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଜିଲ୍ଳା ରେ ରେଡ଼କ୍ରସ ନଥିବା ବିଭିନ୍ନ ସ୍କୁଲ ଓ କଲେଜ ରେ ୟୁନିଟ ଖୋଲିବା ସହ ଅଭିଯାନ କୁ ବ୍ୟାପକ କରିବା ନେଇ ପ୍ରସ୍ତାବ ଦେଇଥିଲେ । ବୈଠକର ସଂନ୍ମାନିତ ଅତିଥି ଭାବରେ ଜାତୀୟ ଫାଷ୍ଟ ଏଇଡ଼ ସମ୍ବଳ ପ୍ରଶିକ୍ଷକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇ ସମସ୍ତ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ଦେବା ଉପରେ ପ୍ରସ୍ତାବ ଦେଇଥିଲେ । ନବରଂଗପୁର ମହାବିଦ୍ୟାଳୟ ରେଡ଼କ୍ରସ କାଉନସିଲର ଅଧ୍ୟାପିକା ରଜନୀ ମିଞ୍ଜ ସମଗ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଅନ୍ୟତମ କାଉନସିଲର ଅଧ୍ୟାପିକା ନିର୍ମଳା ହିକ୍କା ବିବରଣୀ ପାଠ କରିଥିଲେ ।ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅଧ୍ୟକ୍ଷ ଓ କାଉନସିଲର ମାନେ ନିଜ ନିଜ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସର୍ବସମ୍ମତିକ୍ରମେ ଜିଲ୍ଳା ସ୍ତରୀୟ ତାଲିମ ଶିବିର ଭୈରବ ଡିଗ୍ରୀ ମହାବିଦ୍ୟାଳୟ – ଡାବୁଗାଁ ରେ ଜାନୁୟାରୀ ମାସରେ କରିବା ପାଇଁ ସ୍ଥିରୀକୃତ ହେବାସହ ପ୍ରଥମ ଥର ପାଇଁ ରେଡ଼କ୍ରସ ର ଜୋନ ସ୍ତରୀୟ ଆନ୍ତଃ ଜିଲ୍ଳା ତାଲିମ ଶିବିର ନବରଙ୍ଗପୁର ମହାବିଦ୍ୟାଳୟ ଠାରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏତତ୍ ସହିତ ସ୍ଥାନୀୟ ଆବାସିକ ଅନୁଷ୍ଠାନ ବିଦ୍ୟର୍ଥୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ନାୟକ ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାଉନସିଲର ମାନଙ୍କୁ ନେଇ ଏକ ତାଲିମ ଶିବିର କରିବା ସହ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାର ପ୍ରମୂଖ ଭୂମିକାରେ ଥିଲେ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା, ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର କୁମାର ରଥ, କାଉନସିଲର ଶ୍ରୀ ଅଶ୍ୱିନୀ ବେହେରା, ଶ୍ରୀ ଅଶୋକ ପାତ୍ର, ଶ୍ରୀ ପ୍ରଶାନ୍ତ ମିଶ୍ର,ଶ୍ରୀ ରାଜନ ତ୍ରିପାଠୀ ଓ ଶ୍ରୀ ବନମାଳୀ ବେହେରା।ଏହି କାର୍ଯ୍ୟକ୍ରମ ରେ ଚନ୍ଦାହାଣ୍ଡି,ଝରିଗାଁ, ରାଇଘର, ଉମରକୋଟ,ହାଟଭରଣ୍ଡି,ଡାବୁଗାଁ,ପାପଡାହାଣ୍ଡି, ମୈଦଲପୁର,ଇନ୍ଦ୍ରାବତୀ, କୋଡ଼ିଗାଁ, ନବରଙ୍ଗପୁର ଆଦିରେ ଥିବା ଅନୁଷ୍ଠାନ ଗୁଡିକରୁ ରେଡ଼କ୍ରସ କାଉନସିଲର ଓ ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଆହେ ଗଜାନନ

Sunil Chandra Nayak

ଅବାଧ ବୃକ୍ଷ କଟା ରେ ରୋକ ଲାଗୁନି ,ଓ ସି ସି ବ୍ରିଜ ନିକଟସ୍ଥ ଟିକ ବୃକ୍ଷ ଚୋରୀ

Sunil Chandra Nayak

Leave a Comment

error: Content is protected !!