ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀଙ୍କ ମୁଣ୍ଡରେ କାହିଁକି ଗରା ? ସରକାରଙ୍କୁ ଜବାବ ମାଗିଲେ ବସ୍ତିବାସିନ୍ଦା !

ବାଲେଶ୍ବର,୨୨/୬/୨୨- ସରକାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଜଳ ସଙ୍କଟ ହେଉନାହିଁ ଦୂର । ମୁଣ୍ଡରେ ଗରା ମୁଣ୍ଡେଇ ବ୍ଲକ ଅଫିସ୍ ଆସୁଛନ୍ତି ବସ୍ତିବାସିନ୍ଦା । ପାଣି ନେଲେ କରିବେ ରୋଷେଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡ ଆଦିବାସୀ ସାହିରେ । ସାହିରେ ପ୍ରାୟ ୮୦ ପରିବାରରେ ୪୦୦ଶହରୁ ଉର୍ଦ୍ଧ୍ବ ଲୋକ ବାସକରନ୍ତି । ଉକ୍ତ ୱାର୍ଡରେ ୨ଟି ନଳକୂପ ଅଛି । ସେଥିମଧ୍ୟରୁ ଗୋଟିଏ ଦୀର୍ଘଦିନ ହେବ ଖରାପ, ଅନ୍ୟଟିରେ ଖରାଦିନ ଆରମ୍ଭରୁ ଜଳସ୍ତର କମିଯାଉଛି । ଯେତେ ମାଡିଲେବି ବାହାରୁ ନାହିଁ ପାଣି । ଜୀବନ ବଞ୍ଚାଇବା ପାଇଁ ଗ୍ରାମବାସୀ ମାନେ ନିକଟସ୍ଥ ଦୂଷିତ ଚୂଆପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଯେଉଁଥି ପାଇଁ ଅନେକ ଲୋକ ରୋଗରେ ପଡୁଛନ୍ତି । ଏଥିପାଇଁ ବାରମ୍ବାର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ସେଥିପାଇଁ ଆଜି ବାସିନ୍ଦା ଆଦିବାସୀ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ମୁଣ୍ଡରେ ଗରା ମୁଣ୍ଡେଇ ଖରାରେ ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିଛନ୍ତି ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଭେଟିବା ପାଇଁ ।

          ଜେଇଙ୍କୁ ପଠାଇ ସଠିକ୍ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଲେ । ତଥାପି ଲୋକମାନେ ବ୍ଲକ କାର୍ଯ୍ୟାଳୟ ଛାଡି ଯାଇନଥିଲେ । ନିଜର ହକ୍ ଆଦାୟ ପାଇଁ ବସି ରହିଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ବସୁଧା ଯୋଜନା କାହା ପାଇଁ ? ଯଦି ଏ ଯୋଜନ ସମସ୍ତଙ୍କ ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଏ ଦୃଶ୍ୟ କାହିଁକି ? ବାଉଁଶଗଡିଆ ପଞ୍ଚାୟତର ସମାଜସେବୀ ଦୈତାରି ପଣ୍ଡା ଏହାର ନେତୃତ୍ୱ ନେଇଥିଲେ । ଏଥିରେ ଆଦିବାସୀ ବସ୍ତିର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ନିରୀହ ଲୋକ ସାମିଲ ଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ କନ୍ୟାଶ୍ରମ ରେ କ୍ଲଷ୍ଟର ସ୍ତରୀୟ ସର୍ଗିଫୁଲ ଅନୁଷ୍ଠିତ

Sunil Chandra Nayak

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!