ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ

କୋକସରା,୭/୧୨-ପୁଣି ଗାଁକୁ ଫେରିଛି ଜଣେ ଦାଦନ ଶ୍ରମିକ ଙ୍କ ଶବ । ଯୁଆନ ପୁଅର ଶବକୁ ଦେଖି ମା, ଭଉଣୀ ପରିଜନ ମହିଳାଙ୍କ ଛାତି ଫଟା କାନ୍ଦ ବୋବାଳିରେ ଫାଟି ପଡିଛି ଗାଁ ଦାଣ୍ଡ ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ଗ୍ରାମର ଯୁବକ ବାଳମତ ସୁନାଙ୍କ ବଡ଼ ପୁଅ ସତ୍ୟ ସୁନା(୨୪) ଗତ ମାସେ ତଳେ ଘରର ଆର୍ଥିକ ସ୍ଥିତିକୁ ଦେଖି ବାପା, ମା ଙ୍କ ସାହାରା ହେବାକୁ ନୂଆପଡା ଜିଲ୍ଲା ସିନାପାଲି ପିଠାପଡା ଗାଁର ଜଣେ ଦାଦନ ସର୍ଦ୍ଧାର ସୁଧାନ୍ୟ ସୁନାର ପ୍ରଲୋଭନରେ ପଡି ଦାଦନ ଖଟିବାକୁ ସିକନ୍ଦରାବାଦ ନିକଟରେ ଥିବା ଇଟାଭାଟିରେ ନିୟୋଜିତ ହୋଇଥିଲେ । ଗୁରୁବାର ଭାଟିର ଜଳନ୍ତା ପାଉଁଶ ନିଆଁରେ ପଡି ଗୁରୁତର ହୋଇ ପଡିଥିଲେ। ତାକୁ ସ୍ଥାନୀୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଅର ଦୁର୍ଘଟଣା ଖବର ଶୁଣି ବାପା ଓ ଜଣେ ସମ୍ପର୍କୀୟ ସିକନ୍ଦରାବାଦକୁ ଯାଇଥିଲେ । ହେଲେ ଶନିବାର ଚିକତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହେବାପରେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସରେ ମୃତ ଯୁବକଙ୍କ ଶବକୁ ନିଜ ଭିଟାମାଟିକୁ ପଠାଇଛି। ଆଜି ଗାଁକୁ ଶବ ଆସିବା ପରେ ଶୋକାକୁଳ ପରିବେଶ ଦେଖାଦେଇଛି। ଗାଁ ମଶାଣିରେ ଯୁବକ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସୂଚନାଯୋଗ୍ୟ ଏହିଯେ ଗତ ୬ ମାସ ମଧ୍ୟରେ ୧୦ ଜଣ ଦାଦନ ଶ୍ରମିକଙ୍କ ଶବ କୋକସରା ବ୍ଲକର ବିଭିନ୍ନ ଗ୍ରାମକୁ ଫେରିଛି।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ରାଜ୍ୟ ମହାସଚିବ,ଉପସଭାପତିଙ୍କ ସମେତ ସମସ୍ତ ନୂତନ କର୍ମକର୍ତ୍ତାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଶା ସିଭିଲ ସର୍ଭିସରେ ରାଣୀମାତ୍ ଟୁଡୁଙ୍କ ସଫଳତା

Sunil Chandra Nayak

ଭାଲୁବସାରେ ଅତ୍ୟାଧୁନିକ  ଜେ କେ ଟାୟାର ସୋରୁମ ଉଦଘାଟିତ

Leave a Comment

error: Content is protected !!