ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଶ୍ରାବଣୀ ଗୋ ତୁମେ

ଶ୍ରାବଣୀ ଗୋ ତୁମେ

   ବେଣୁଧର ସୂତାର

ମେଦୁର ଆକାଶ ବର୍ଣ୍ଣ ବିଭାରେ
ଅସ୍ତ ଅରୁଣର ଆଭା
ଅୟୀ ପ୍ରକୃତିର ଶ୍ୟାମ ହେମ ତନୁ
ସତେ କେଡେ ମନଲୋଭା
ତୁଙ୍ଗ ତରୁ ଶିରେ କନକ କିରଣ
ଶ୍ୟାମମୟ ସମ୍ମୋହନ
ନଭେଶୋଭେ ଇନ୍ଦ୍ରଧନୁର ତୋରଣ
ଚୋରାଇ ନେଉଛି ମନ ।।
ଧୀର ସମୀରଣ ବହେ ଅନୁକ୍ଷଣ
ଉର୍ମି ଆନ୍ଦୋଳିତ ସିନ୍ଧୁ
ଅମୃତ ସଲିଳ ପରଶେ ବିଭୋର
ଜୀବନର ପ୍ରତିବିନ୍ଦୁ ।।
ଶ୍ରାବଣୀର କଣ୍ଠେ ମେଘ ମହ୍ଲାର
ଆଷାଢ ଗାଉଛି ଚୋଖି
ଅମ୍ବୁଦ ଅଙ୍ଗନେ ଆଲକ ରୋଷଣୀ
ଚଞ୍ଚଳା ଚମକ ଆଖି ।।
ନବ ପ୍ରାବୃଟର ପରଶେ ଶୀତଳ
ନିଖିଳ ଜୀବନ ଜ୍ଜାଳା
ସୃଷ୍ଟି ବୁକୁରେ ନବ ସୃଜନର
ବିବିଧ ବର୍ଣ୍ଣମାଳା ।।
ଧରାବକ୍ଷେଖେଳେ ନବଶ୍ୟାମଳିମା
ତନ୍ମୟ ତଟିନୀ ଧାର
ପ୍ରଲମ୍ବିତ ଯାର ମହଣେ ମୋହର 
ପ୍ରୀତିମୟ ଅଭିସାର ।।
ଭାବାବେଶ ଚିତ୍ତ ପ୍ରୀତିପୁଲକିତ
ସପନ ମାଦକ ରସେ
ବର୍ଷା ଭିଜା ଏଇ ଧୂସର ଧରଣୀ
ନବ ନୀଳିମାରେ ହସେ ।।
ଧରିତ୍ରୀ ଅଙ୍ଗନେ ଚାରୁ ରୂପାୟନ
ପ୍ରକୃତି ମଙ୍ଗଳ ନାଦେ
ମୂର୍ଛନା ମନ୍ଦ୍ରିତ ଜୀବନର ସ୍ରୋତ
ପରିତୃପ୍ତ ଉନ୍ ମାଦେ ।।
ଶ୍ରାବଣୀଗୋତୁମେ ଧରଣୀଅଙ୍ଗନେ
ଅଳସୀ ଅଳକାନନ୍ଦା
ତୁମେ ଅନ୍ନପୂର୍ଣ୍ଣା ଏ ବିଶ୍ବ କଲ୍ୟାଣେ
ଋତୁମ୍ଭରା ମଧୁଛନ୍ଦା ।।
ତୁମ ପଦପାତେ ଜୀବନର ଛନ୍ଦ
ସୁଖ ଐଶ୍ବର୍ଯ୍ୟ ରେ ଭରା
ଭବ ଉପବନେ ଭବ୍ୟ ସମ୍ବର୍ଦ୍ଧନା
ଦେଉ ଥାଉ ବସୁନ୍ଧରା ।।
କେଶଦୁରାପାଳ କେନ୍ଦୁଝର

Related posts

ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

କଲମପୁର ବ୍ଳକ ଠାରେ ନିଯୁକ୍ତି ଓ ପରାମର୍ଶ ମେଳା ଅନୁଷ୍ଠିତ

Sunil Chandra Nayak

ଟଙ୍କା ଠକି ନେଇ ଥିବା ଘଟଣା କୁ ଅଭିଯୋଗ କାରୀଙ୍କ ଖଣ୍ଡନ

Sunil Chandra Nayak

Leave a Comment

error: Content is protected !!