ଶ୍ରାବଣୀ ଗୋ ତୁମେ
ବେଣୁଧର ସୂତାର
ମେଦୁର ଆକାଶ ବର୍ଣ୍ଣ ବିଭାରେ
ଅସ୍ତ ଅରୁଣର ଆଭା
ଅୟୀ ପ୍ରକୃତିର ଶ୍ୟାମ ହେମ ତନୁ
ସତେ କେଡେ ମନଲୋଭା
ତୁଙ୍ଗ ତରୁ ଶିରେ କନକ କିରଣ
ଶ୍ୟାମମୟ ସମ୍ମୋହନ
ନଭେଶୋଭେ ଇନ୍ଦ୍ରଧନୁର ତୋରଣ
ଚୋରାଇ ନେଉଛି ମନ ।।
ଧୀର ସମୀରଣ ବହେ ଅନୁକ୍ଷଣ
ଉର୍ମି ଆନ୍ଦୋଳିତ ସିନ୍ଧୁ
ଅମୃତ ସଲିଳ ପରଶେ ବିଭୋର
ଜୀବନର ପ୍ରତିବିନ୍ଦୁ ।।
ଶ୍ରାବଣୀର କଣ୍ଠେ ମେଘ ମହ୍ଲାର
ଆଷାଢ ଗାଉଛି ଚୋଖି
ଅମ୍ବୁଦ ଅଙ୍ଗନେ ଆଲକ ରୋଷଣୀ
ଚଞ୍ଚଳା ଚମକ ଆଖି ।।
ନବ ପ୍ରାବୃଟର ପରଶେ ଶୀତଳ
ନିଖିଳ ଜୀବନ ଜ୍ଜାଳା
ସୃଷ୍ଟି ବୁକୁରେ ନବ ସୃଜନର
ବିବିଧ ବର୍ଣ୍ଣମାଳା ।।
ଧରାବକ୍ଷେଖେଳେ ନବଶ୍ୟାମଳିମା
ତନ୍ମୟ ତଟିନୀ ଧାର
ପ୍ରଲମ୍ବିତ ଯାର ମହଣେ ମୋହର
ପ୍ରୀତିମୟ ଅଭିସାର ।।
ଭାବାବେଶ ଚିତ୍ତ ପ୍ରୀତିପୁଲକିତ
ସପନ ମାଦକ ରସେ
ବର୍ଷା ଭିଜା ଏଇ ଧୂସର ଧରଣୀ
ନବ ନୀଳିମାରେ ହସେ ।।
ଧରିତ୍ରୀ ଅଙ୍ଗନେ ଚାରୁ ରୂପାୟନ
ପ୍ରକୃତି ମଙ୍ଗଳ ନାଦେ
ମୂର୍ଛନା ମନ୍ଦ୍ରିତ ଜୀବନର ସ୍ରୋତ
ପରିତୃପ୍ତ ଉନ୍ ମାଦେ ।।
ଶ୍ରାବଣୀଗୋତୁମେ ଧରଣୀଅଙ୍ଗନେ
ଅଳସୀ ଅଳକାନନ୍ଦା
ତୁମେ ଅନ୍ନପୂର୍ଣ୍ଣା ଏ ବିଶ୍ବ କଲ୍ୟାଣେ
ଋତୁମ୍ଭରା ମଧୁଛନ୍ଦା ।।
ତୁମ ପଦପାତେ ଜୀବନର ଛନ୍ଦ
ସୁଖ ଐଶ୍ବର୍ଯ୍ୟ ରେ ଭରା
ଭବ ଉପବନେ ଭବ୍ୟ ସମ୍ବର୍ଦ୍ଧନା
ଦେଉ ଥାଉ ବସୁନ୍ଧରା ।।
କେଶଦୁରାପାଳ କେନ୍ଦୁଝର