ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

ଭବାନୀପାଟଣା:୨୨/୫- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ପଳନା ଗ୍ରାମପଞ୍ଚାୟତରେ ଏବେ ପାନୀୟ ଜଳ ସମସ୍ଯାକୁ ନେଇ ଲୋକେ ହସ୍ତସନ୍ତ ହେଉଥିବା ଦୃଶ୍ୟ ସାମ୍ମାକୁ ଆସିଛି।ଏହି ପ୍ରତିନିଧି ସଦର ବ୍ଲକ ମିଲକି ର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟ    ରେ ଅନେକ ସ୍ଥାନରେ ପାନୀୟ ଜଳର ସମସ୍ଯା ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରୁଥିବା ଯୋଗୁଁ ଲୋକେ ଜଳ କଷ୍ଟ କୁ ନେଇ ଅତିଷ୍ଠ ହେଉଥିବା ଦୃଶ୍ୟ ଅତି ଯନ୍ତ୍ରଣା ଦାୟକ ପରିସ୍ଥିତି ସୃଷ୍ଟି କରୁଥିବା ଦେଖିବାକୁ ପାଇଥିଲେ। ପଳନା ଗ୍ରାମ ପଞ୍ଚାୟତ ନିକଟସ୍ଥ କନ୍ଦାଖାଲ ଗ୍ରାମରେ ଜଣେ ମହିଳା ଆଜକୁ ପ୍ରାୟ ଆଠ ନ ବର୍ଷ ହେବ ଏହି ଗ୍ରୀଷ୍ମପ୍ରବାହ ସମୟରେ ଛଳଛତ୍ର କାର୍ଯ୍ଯରେ ନିୟୋଜିତ ହୋଇ ପାଣି ଦେଇ ଆସୁଛନ୍ତି, କିନ୍ତୁ ତାଙ୍କର ପାରିଶ୍ରମିକ କେବଳ ମାତ୍ର ତିନି ଚାରିଶହ ଟଙ୍କା ପଞ୍ଚାୟତ କାର୍ଯ୍ଯାଳୟ ତରଫରୁ ତାଙ୍କୁ ପ୍ରଦାନ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ, ପୁଣି ସେ କୁହନ୍ତି ଯେ, ଯେଉଁ ବେନର ହୋଇଛି ତାହା ନିଜ ହାତରୁ ଖର୍ଚ୍ଚା କରି ଥିବା ପ୍ରକାଶ କରିଥିଲେ, ତେବେ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ପକ୍ଷରୁ ଗରିବ ବୃଦ୍ଧାଙ୍କ ସଚେତନ ଅଭାବର ସୁଯୋଗକୁ ନେଇ ତାଙ୍କ ପ୍ରତି ଏ ଯେଉଁ ଅନ୍ଯାୟ କରୁଛନ୍ତି ଏହାର ଉଚିତ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି। ଭବାନୀପାଟଣା ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ   ସରପଞ୍ଚ, ତୂରନ୍ତ ହସ୍ତକ୍ଷେପ କରି ସମସ୍ଯାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଅଛି।

ଭବାନିପାଟଣା ରୁ କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ।

Related posts

ମହାରାଷ୍ଟ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଙ୍କ ଦାବୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

Sunil Chandra Nayak

ପତଂଜଳି ଯୋଗ ପୀଠ ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

Sunil Chandra Nayak

Leave a Comment

error: Content is protected !!