ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁମୁରା ଠାରେ ସଡ଼କ ଦୁର୍ଘଟଣା, ସାଇକେଲ କୁ ଧକ୍କା ଦେଲା ବାଇକ ଦୁଇ ଚାଳକ ଗୁରୁତର

ଗୋଳାମୁଣ୍ଡା/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଠାରେ ଘଟିଛି ଏକ ସଡ଼କ ଦୁର୍ଘଟଣା. ଦୁର୍ଘଟଣା ହେବା ଫଳରେ ଦୁଇ ଚାଳକ ଗଗୁରୁତ ହୋଇଥିବା ଦେଖିବାକୁ ମିଳିଛି.ମିଳିଥିବା ସୂଚନା ଅନୁଯାୟୀ ସିଙ୍ଗଝେର ଗ୍ରାମର ହୀରାଧର ବୈଠରୁ ନିଜ ବାଇକ OD08k0973 ହିରୋ ସ୍ପେଲେଣ୍ଡର ଗାଡ଼ିରେ କୌଣସି କାମ ରେ ଗୋଲାମୁଣ୍ଡା ଆସୁଥିବା ବେଳେ ତୁମୁରା ଠାରେ ତୁମୁରା ଗ୍ରାମର ସାଇକେଲ ଚାଳକ ନୀତିଆ ମାଝୀ (55) ଙ୍କ ସହିତ ଧକ୍କା ହୋଇଥିଲା. ଯାହାରି ଫଳରେ ଦୁଇ ଚାଳକ ଗୁରୁତର ଥିବା ଦେଖିବାକୁ ମିଳିଛି. ଦୁର୍ଘଟଣା ହେବାରୁ ଘଟଣା ସ୍ଥଳକୁ ଅଞ୍ଚଳବାସୀ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ଆମ୍ବୁଲାନ୍ସ ଯୋଗେ 2 ଗୁରୁତର କୁ ପ୍ରଥମେ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇ ଚିକିତ୍ସିତ କରାଯାଇଥିଲା. ସାଇକେଲ ଚାଳକ ନୀତିଆ ମାଝୀ ଅଧିକ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଉପଖଣ୍ଡ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ.

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନାରୀ

Sunil Chandra Nayak

ଜଗତ ଜନନୀ ମା କାଳୀ ପୂଜା ଅନୁଷ୍ଠିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!