କୋକସରା,୧୦ା୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ରେ ବୁଧବାର ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ଦାବ୍ରିଗୁଡା ଗ୍ରାମର ୪ ଜଣଙ୍କ ଘରୁ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ କରିବା ସହ ଏହି ଘଟଣା ରେ ଜଣେ ମହିଳା ସମେତ ୩ ଜଣ ଙ୍କୁ ଗିରଫ କରି ଗୁରବାର କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ ବିଭାଗ ସୁଚନା ଦେଇଛନ୍ତି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ସନ୍ଧ୍ୟାରେ କୋକସରା ବ୍ଲକ ଦାବ୍ରିଗୁଡା ଗ୍ରାମର କାର୍ତିକ ନାଏକ, ସଦାନନ୍ଦ ନାଏକ, ପଦ୍ମଲୋଚନ ନାଏକ ଓ ଦଶମତି ନାଏକ ଙ୍କ ଘରେ ଛାପା ମାରି ଅବକାରୀ କର୍ମଚାରୀ ବିପୁଳ ମାତ୍ରାରେ ଗଂଜେଇ ଜବତ କରିବା ସହ ଏହି ମାମଲା ରେ ୪ ଜଣ ଙ୍କୁ ଗିରଫ କରି ଭବାନୀପାଟଣା ଅବକାରୀ କାର୍ଯ୍ୟାଳୟ ରେ ଅଟକ ରଖିବା ସହ ଜବତ ଗଞ୍ଜେଇ ଓଜନ କରିଛନ୍ତି । ଜବତ ଗଞ୍ଜେଇ ୧ କ୍ୱିଣ୍ଟାଳ ୬୭ କେଜି ୫୪୦ ଗ୍ରାମ ହୋଇଥିବା ବେଳେ ବଜାର ରେ ଆନୁମାନିକ ମୁଲ୍ୟ ୮ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଳି ଜଣାପଡିଛି । ଜିଲ୍ଲା ଅବକାରୀ ସୁପରିଟେଣ୍ଡେ ଦଣ୍ଡପାଣି ବେହେରା ଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ରେ ସବ ଇନ୍ସପେକ୍ଟର ଲଳିତ ମୋହନ ମିଶ୍ର, ସୁଶାନ୍ତ ପ୍ରଧାନ , ଅଜୟ କୁମାର ନାଏକ, ତିଳକ ରାମ ନାଏକ, ଦୟାନନ୍ଦ ସାନ୍ତା, ଏ.ଏସ.ଆଇ ସକ୍ଷମ ପାଢ଼ୀ, ବସନ୍ତ ବିଶି, ସଞ୍ଚଲା ପାଢ଼ୀ, ବିଣା ସୁନା ଚଢ଼ାଉ ରେ ସାମିଲ ରହିଥିଲେ । ଗଞ୍ଜେଇ ଚାଲାଣ ଘଟଣା ରେ ଜଣେ ମହିଳା ସମେତ ଅନ୍ୟ ୩ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠା ଯାଇଥିବା ନେଇ ସୁଚନା ଦେଇଛନ୍ତି ଧର୍ମଗଡ ଅବକାରୀ ଅଧିକାରୀ ଲଳିତ ମୋହନ ମିଶ୍ର । ମ ନି ସ
previous post