ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାବ୍ରିଗୁଡା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ,ବିପୁଳ ଗଞ୍ଜେଇ ଜବତ, ଜଣେ ମହିଳା ସମେତ ୩ କୋର୍ଟ ଚାଲାଣ

କୋକସରା,୧୦ା୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ରେ ବୁଧବାର ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରି ଦାବ୍ରିଗୁଡା ଗ୍ରାମର ୪ ଜଣଙ୍କ ଘରୁ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ କରିବା ସହ ଏହି ଘଟଣା ରେ ଜଣେ ମହିଳା ସମେତ ୩ ଜଣ ଙ୍କୁ ଗିରଫ କରି ଗୁରବାର କୋର୍ଟ ଚାଲାଣ କରିଥିବା ନେଇ ଅବକାରୀ ବିଭାଗ ସୁଚନା ଦେଇଛନ୍ତି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଧବାର ସନ୍ଧ୍ୟାରେ କୋକସରା ବ୍ଲକ ଦାବ୍ରିଗୁଡା ଗ୍ରାମର କାର୍ତିକ ନାଏକ, ସଦାନନ୍ଦ ନାଏକ, ପଦ୍ମଲୋଚନ ନାଏକ ଓ ଦଶମତି ନାଏକ ଙ୍କ ଘରେ ଛାପା ମାରି ଅବକାରୀ କର୍ମଚାରୀ ବିପୁଳ ମାତ୍ରାରେ ଗଂଜେଇ ଜବତ କରିବା ସହ ଏହି ମାମଲା ରେ ୪ ଜଣ ଙ୍କୁ ଗିରଫ କରି ଭବାନୀପାଟଣା ଅବକାରୀ କାର୍ଯ୍ୟାଳୟ ରେ ଅଟକ ରଖିବା ସହ ଜବତ ଗଞ୍ଜେଇ ଓଜନ କରିଛନ୍ତି । ଜବତ ଗଞ୍ଜେଇ ୧ କ୍ୱିଣ୍ଟାଳ ୬୭ କେଜି ୫୪୦ ଗ୍ରାମ ହୋଇଥିବା ବେଳେ ବଜାର ରେ ଆନୁମାନିକ ମୁଲ୍ୟ ୮ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଳି ଜଣାପଡିଛି । ଜିଲ୍ଲା ଅବକାରୀ ସୁପରିଟେଣ୍ଡେ ଦଣ୍ଡପାଣି ବେହେରା ଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ରେ ସବ ଇନ୍ସପେକ୍ଟର ଲଳିତ ମୋହନ ମିଶ୍ର, ସୁଶାନ୍ତ ପ୍ରଧାନ , ଅଜୟ କୁମାର ନାଏକ, ତିଳକ ରାମ ନାଏକ, ଦୟାନନ୍ଦ ସାନ୍ତା, ଏ.ଏସ.ଆଇ ସକ୍ଷମ ପାଢ଼ୀ, ବସନ୍ତ ବିଶି, ସଞ୍ଚଲା ପାଢ଼ୀ, ବିଣା ସୁନା ଚଢ଼ାଉ ରେ ସାମିଲ ରହିଥିଲେ । ଗଞ୍ଜେଇ ଚାଲାଣ ଘଟଣା ରେ ଜଣେ ମହିଳା ସମେତ ଅନ୍ୟ ୩ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ କୁ ପଠା ଯାଇଥିବା ନେଇ ସୁଚନା ଦେଇଛନ୍ତି ଧର୍ମଗଡ ଅବକାରୀ ଅଧିକାରୀ ଲଳିତ ମୋହନ ମିଶ୍ର । ମ ନି ସ 

Related posts

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଡ଼ିଆଟନଠାରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ହେବି ରଜ କୁଇନ୍

Sunil Chandra Nayak

ବର ବଜାର ବା ସୌରତ ସଭା.. ବିହାରରେ ୭୦୦ ବର୍ଷ ଧରି ପାରମ୍ପରିକ ରୀତିରେ ଚାଲିଛି ଏଭଳି ପ୍ରଥା

Sunil Chandra Nayak

Leave a Comment

error: Content is protected !!