ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବିଶ୍ବନାଥପୁରରେ ବିଶାଳ ଶୋଭାଯାତ୍ରା, ଲାଞ୍ଜିଗଡ଼ରୋଡ଼ରେ ସଚେତନତା ସଭା

ଲାଞ୍ଜିଗଡ଼,୦୩/୧୧(ମନିସ): ସମଗ୍ର ରାଜ୍ୟରେ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ ହେଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏଥର ବିଷୟବସ୍ତୁ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ । ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଶ୍ବନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ସହିତ ସାମୁହିକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ଏଥିରେ ପିଏ ଆଇଟିଡିଏ ବିରଞ୍ଚି ନାରାୟଣ ଦରୱାନ୍, ଭିଜିଲାନ୍ସ ଡିଏସ୍ ପି ସଦାନନ୍ଦ ପାଣି, ମା ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବିଭୁତିଭୂଷଣ ଶତପଥୀ, ଜିପିଇଓ ସରୋଜ ପ୍ରଧାନ, ବରିଷ୍ଠ ନାଗରିକ ଅନନ୍ତ ନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ଏଇ ଅବସରରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ! ସେହିପରି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉକ୍ତ ସଭାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ପରିଚାଳନା କରିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଭୁତିଭୂଷଣ ଶତପଥି, ଜିପିଇଓ ସରୋଜ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଥିଲେ । ଏଥିରେ ନାଏବ ସରପଞ୍ଚ ଅନଙ୍ଗ ମାଝୀ, ଲାଞ୍ଜିଗଡ଼ରୋଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ପଟ୍ଟନାୟକ, ମହିଳା ସଭାନେତ୍ରୀ ସରୋଜିନୀ ପ୍ରଧାନ, ଏମ୍ ବିକେ ସନ୍ତୋଷୀ ଗହିର, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗଉଡ଼, କେଶବ ବାରିକଙ୍କ ସମେତ ସମସ୍ତ ୱାଡ ସଭ୍ୟ/ସଭ୍ୟା, ଏଏନ୍ଏମ୍, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସିଆରପି, ଗାଁ ସାଥି, କଲେଜ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମ ପଞ୍ଚାୟତ ଅଞ୍ଚଳର ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରା ଦ୍ବାରା ଲୋକଙ୍କୁ ସଚେତନତା କରାଯାଇଥିଲା । ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାୟକ, ଦେବରାଜ ଗଉଡ଼, କାହ୍ନା ନାଗ, ବଟୁ, ସୁଶାନ୍ତ ଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମରୀଚିକା

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଅକ୍ଷୟ ତୃତୀୟା

Leave a Comment

error: Content is protected !!