ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେମରି ଗ୍ରାମ ପଞ୍ଚାୟତରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ 

ଟେମରୀ (ମନିସ):ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ରେ ମିଶନ ଶକ୍ତି ଜରିଆରେ ଦୁର୍ନୀତି ନିବାରଣ ସପ୍ତାହରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଗତ ୩୧ ତାରିଖ ଦିନ ଟେମରି ଗ୍ରାମ ପଞ୍ଚାୟତ ଗୃହରେ ସରପଞ୍ଚ ପ୍ରତିନିଧି କୁମୁଦ ସା ଙ୍କ ଉପସ୍ଥିତିରେ ଟେମରି ଜିପିଏଲଏଫ୍ ସଭାନେତ୍ରୀ ରଶ୍ମିତା ପଟେଲ ଓ ସୁଷମା ସା ଙ୍କ ନେତୃତ୍ବରେ ଟେମରି ଓ କୁମ୍ଭାରୀ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଂକଳ୍ପ କାର୍ଯ୍ୟକ୍ରମ କରାଯାଇ ଥିବା ବେଳେ କୁମ୍ଭାରୀ ଗ୍ରାମରେ ମଧ୍ୟ ଅଙ୍ଗନୱାଡି ବିଳାସ ଭୋଇ ଓ ଆଶା କର୍ମୀ ପ୍ରଭାସିନୀ ପଧାନଙ୍କ ଦ୍ଵାରା ମହିଳା ମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଂକଳ୍ପ ପାଠ କରାଯାଇଛି।୧ ତାରିଖରେ ଟେମରି ଗ୍ରାମ ପଞ୍ଚାୟତରୁ ଦୁର୍ନିତି ନିବାରଣ ଭିଜି ଲାନ୍ସ ସଚେତନତା ସକାଶେ ଟେମରି ଗ୍ରାମ ପଞ୍ଚାୟତ ଠାରୁ ଗ୍ରାମ ପରିକ୍ରମା ପଦଯାତ୍ରା କରାଯାଇଛି। ଏଥିରେ ଟେମରି ଅଙ୍ଗନୱାଡି କର୍ମୀ ହସ୍ତିନୀ ମଙ୍ଗରାଜ, କୁମ୍ଭାରୀ ଅଙ୍ଗନୱାଡି -୧ବିଳାସ ଭୋଇ, ଅଙ୍ଗନୱାଡି କର୍ମୀ-୨ ମାଳତୀ ଜାନି , ଆଶା କର୍ମୀ ପ୍ରଭାସିନୀ ପଧାନ, ମହେନ୍ଦ୍ର ପଧାନ, ଡିଗ୍ରାପଡ଼ା ଅଙ୍ଗନୱାଡି କର୍ମୀ ଲିପିମଣୀ ସାହୁ ତଥା ଟେମରି ଆଶା କର୍ମୀ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ବୃନ୍ଦ ବେନର,ଫ୍ଲେପ କାର୍ଡ ଧରି ଦୁର୍ନୀତି ନିବାରଣ ବିଷୟରେ ସ୍ଲୁଗାନମାନ ଦେଇ ଗ୍ରାମ ଲୋକ ମାନଙ୍କୁ ସଚେତନ କରାଇଥିଲେ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆଜି ମନ ଖୋଲି କହିବି

Sunil Chandra Nayak

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ “

Sunil Chandra Nayak

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

Leave a Comment

error: Content is protected !!