ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାର୍ଡ ୱାଲ୍ ଭାଙ୍ଗି ପଥର ଚୋରି ତଥା ଡ୍ୟାମ ନିକଟ ପାହାଡ଼ ରୁ ପଥର ଚୋରି ତଥାପି ମୁକ ସମସ୍ତ ବିଭାଗ

ତେନ୍ତୁଳିଖୁଣ୍ଟି -୩/୧୧/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କପୁର ବାରିଆଘାଟ ,ଦେଓପାଲି ଠାରେ ବନ୍ଧ ରହିଛି କୋରାପୁଟ ଜିଲ୍ଲା ର ମୁରାନ ଠାରେ ଏକ ବନ୍ଧ ରହିଛି। ଚାରୋଟି ଯାକ ବନ୍ଧ କୁ ଯିବା ରାସ୍ତା ର ଉଭୟ ପାର୍ଶ୍ଵ ରେ ପାହାଡ଼ ଉପର ଝରଣା ଜଳ ତଥା ମାଟି ଅତଡା ଖସିବା ଅବରୋଧ ପାଇଁ ଗାର୍ଡୱାଲ୍  ନିର୍ମାଣ କରାଯାଇଥିଲା। କିନ୍ତୁ ଗତ କିଛି ବର୍ଷ ହେବ ଏହି ୱାଲ୍ ଗୁଡିକୁ ଭାଙ୍ଗି ବୋଲଡ଼ର ପଥର ନିୟମିତ ଭାବେ ଟ୍ରାକ୍ଟର ଟ୍ରାକ୍ଟର ଚୋରି ହେଉଛି। ଏପରିକି ଡ୍ୟାମ ଗୁଡିକୁ ଲାଗିଥିବା ଛୋଟ ଛୋଟ ପାହାଡ଼ ରୁ ମଧ୍ୟ ବିଭିନ୍ନ ଉପାୟରେ ପଥର ଭାଙ୍ଗି ବୋଲଡ଼ର ଓ ମେଟାଲ ନିୟମିତ ଚାଳଣ ହେଉଛି। ପୋଡ଼ାଗଡ ଼ ବନ୍ଧ ଉପରକୁ ଯିବା ବେଳେ ରାସ୍ତା ପାର୍ଶ୍ଵ ର ଛୋଟ ଛୋଟ ପାହାଡ଼ ର ସ୍ଥିତି ଦେଖିଲେ ଜଣା ପଡିବ ଏସବୁ ଅଧିକୃତ କୁଁଆରୀ ବର୍ଷ ତମାମ ରାସ୍ତା ପାର୍ଶ୍ଵ ରେ ମେଟାଲ ଓ ବୋଲଡ଼ର ଗଦା ଦେଖିବାକୁ ମିଳିବ। ବିଗତ ଦିନରେ ଏ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଛି। ପାହାଡ଼ ରୁ ଯେ କୌଣସି ଉପାୟରେ ପଥର ବାହାର କଲେ ମଧ୍ୟ ପ୍ରକୃତି ର ଭାରସାମ୍ୟ ବିଗିଡିଲେ ଡ୍ୟାମ ପ୍ରତି ବିପଦ ଅବସମ୍ଭାବି। ଉକ୍ତ ପାହାଡ଼ ଜଙ୍ଗଲ ବିଭାଗ ହେଉ କି ରାଜସ୍ୱ ବିଭାଗ ଅବା ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ କାହାରି ଏହି ପାହାଡ଼ ଉପରେ ଅତ୍ୟାଚାର ରୋକିବା ରେ ପ୍ରୟାସ କରୁ ନାହାନ୍ତି। ଏ ତ ଗଲା ସିଧା ସଳଖ ପ୍ରାକୃତିକ ପାହାଡ଼ ଉପରେ ଅତ୍ୟାଚାର। ପ୍ରକଳ୍ପ ନିଜେ ଝର ପାଣି ଦାଉରୁ ରାସ୍ତା ସୁରକ୍ଷିତ ରଖିବା ହେଉ ଅବା ଭୁସ୍ଖଳନ ରୋକିବାକୁ ଗାର୍ଡୱାଲ୍  ତ କରିଥିଲା, ତାର ମଧ୍ୟ ସୁରକ୍ଷା ପ୍ରତି ନିଘା ନାହିଁ କର୍ତ୍ତୃପକ୍ଷ ଙ୍କ। ଡ୍ୟାମ ଗୁଡିକରେ ସୁରକ୍ଷା ପାଇଁ ତିନି ଟି ପର୍ଯ୍ୟାୟ ରେ ଡ୍ୟାମ ପିଛାପ୍ରାୟ 24 ଜଣ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି। ତଥାପି ଏଭଳି ପାହାଡ଼ ଓ ଗାର୍ଡ  ୱାଲ୍ରୁ ପଥର ଚୋରି ସୁରକ୍ଷା ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଏଭଳି ଖାମ ଖିଆଲି ମନୋଭାବ ର ସୁଯୋଗ ନେଇ ପଥର ମାଫିଆ ଯଦି ପାହାଡ଼ ରୁ ପଥର କାଢ଼ିବା ପାଇଁ ବ୍ଲାଷ୍ଟିଙ୍ଗ କରି ବେ ଡ୍ୟାମ ସୁରକ୍ଷିତ ରହିବ ତ? ଏଭଳି ଅସୁରକ୍ଷିତ ସୁରକ୍ଷା ବ୍ୟବସ୍ଥା ର ସୁଯୋଗ ନକ୍ସଲମାନେ ନେଲେ କଣ କୋଟି କୋଟି ଟଙ୍କା ଖର୍ଚ୍ଚ କରି କରାଯାଇଥିବା ବହୁମୂଖୀ ପ୍ରକଳ୍ପ ଜନତା ଙ୍କ କାଳ ପାଇଁ ରାସ୍ତା ଖୋଲିବ ! ଅତୀତ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାର୍ଡୱାଲ୍ପ ପାର୍ଶ୍ଵ ପଥର କୁ ଦେଖି ପ୍ରକଳ୍ପ କର୍ତ୍ତୃପକ୍ଷ କାହିଁକି ଚୁପ ପ୍ରଶ୍ନ ବାଚୀ ?କାରଣ ଗାର୍ଡୱାଲ୍  ଭାଙ୍ଗିଲେ ତ ନୂଆ ତିଆରି ହେବ ଏବଂ ତାଙ୍କ ପକେଟ ଗରମ ହେବ। ଏଭଳି ପାହାଡ଼ ରୁ ପଥର ମାରିବା ଚାରିଟି ଯାକ ଡ୍ୟାମ ଅଞ୍ଚଳ ରେ ଚାଲିଛି। ଯଦି ଏଭଳି ପାହାଡ଼ରୁ ପଥର ନେବା ଦ୍ୱାରା ଡ୍ୟାମ ର ସୁରକ୍ଷା ପ୍ରତି ବିପଦ ନାହିଁ ତେବେ କାହିଁକି ବିଧିବଦ୍ଧ ଭାବେ କୁଁଆରୀ ଘୋଷଣା କରି ପ୍ରକଳ୍ପ ହେଉ ରାଜସ୍ୱ ବିଭାଗ ଯେ କେହି ହେଉ ନିଲାମ କରି କାହିଁକି ଏଥିରୁ ରାଜସ୍ୱ ଆଦାୟ କରୁ ନାହାଁନ୍ତି? ବର୍ତ୍ତମାନ ଦୁଇଟି ଡ୍ୟାମ ରେ ପାଚେରୀ ନିର୍ମାଣ ପାଇଁ ଟେଣ୍ଡର ହୋଇ ପାଚେରୀ କାମ ଆରମ୍ଭ ହୋଇଛି । କଣ ଉକ୍ତ ପାଚେରୀ କାମ ରେ ଗାର୍ଡୱାଲ୍  ଭାଙ୍ଗି ପଥର ବ୍ୟବହାର ହେଉନି ତ? କିଛି ଦିନ ହେବ ଡ୍ୟାମ ଅଞ୍ଚଳରେ ଗାର୍ଡୱାଲ୍  ଭାଙ୍ଗି ପଥର ଗଦା ହୋଇଥିବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏପରି କରିବା କୁ କର୍ତ୍ତୃପକ୍ଷ ପ୍ରଶୟ ଦେଉ ନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନ । କିନ୍ତୁ ଉତ୍ତର ଦେଵ କିଏ? ,ପ୍ରକଳ୍ପ କର୍ତ୍ତୃପକ୍ଷ ,ରାଜସ୍ୱ ବିଭାଗ ଜଙ୍ଗଲ ବିଭାଗ,ଗୃହ ବିଭାଗ ଉତ୍ତରଦାୟିତ୍ୱ କାହାର ?

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଶ୍ରୀରାମକୃଷ୍ଣ ଆଶ୍ରମ ରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

Sunil Chandra Nayak

ବର୍ଷା ହେଲେ ବିଦ୍ୟାଳୟ ପରିଶର ହୁଏ କୁତ୍ରିମ ପୋଖରୀ

Sunil Chandra Nayak

ମହିମା ଗାଁ ରେ ଡମ୍ବ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!