ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାରୀ ସମସ୍ତ ଶକ୍ତିର ଉତ୍ସ – ଡଃ ବେହେରା

ରାଉରକେଲା/ ନାରୀ ସମସ୍ତ ଶକ୍ତି ର ଉତ୍ସ। ଯେଉଁ ଦେଶରେ ନାରୀର ସମ୍ମାନ ବଢେ ସେ ଦେଶର ସମ୍ମାନ ବଢେ ବୋଲି ସୁବର୍ଣ୍ଣରେଖା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସରେ ଅତିଥି ଭାବେ ଯୋଗଦେଇ ଅଧ୍ୟାପିକା ଡଃ ଦୀପ୍ତିମୟୀ ବେହେରା କହିଛନ୍ତି। ସୁବର୍ଣ୍ଣରେଖା ର କାର୍ଯ୍ୟାଳୟ ବ୍ୟାସଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଡଃ ବେହେରା ଯୋଗଦେଇ କହିଲେ ଯେ ସବୁ କ୍ଷେତ୍ରରେ ନାରୀ ଅଗ୍ରଣୀ ଭୂମିକା ନେଇଥିବା ବେଳେ ନାରୀ ବିନା ମୁକ୍ତି ନାହିଁ କି ଶାନ୍ତି ନାହିଁ। ସମ୍ମାନିତ ଅତିଥି ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ବିଶ୍ବ ମହିଳା ଦିବସ ପାଳନ ଉପରେ ଆଲୋକପାତ କରିବା ସହ ନାରୀ ଶିକ୍ଷା ଓ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ରଣଜୀ ଖେଳାଳି ତଥା ଓଡିଶା ମହିଳା କ୍ରିକେଟ୍ ଦଳର ଚୟନକର୍ତ୍ତା ସସ୍ମିତା ପଟ୍ଟନାୟକ ଯୋଗଦେଇ ମହିଳା ମାନଙ୍କୁ ଶାରିରୀକ ସୁସ୍ଥ ସହ ସ୍ବାସ୍ଥ୍ୟ ଉପରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣରେଖା ର ସାଧାରଣ ସଂପାଦକ ନିତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଭାପତି ମନୋରଞ୍ଜନ ଦାସ ସଭାପତିତ୍ବ କରି ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ସଂପାଦିକା କନକଲତା ଜେନା ସଂପାଦକୀୟ ଓ ବାର୍ଷିକ ବିବରଣୀ ପାଠ କରିବା ସହ ମହିଳା ସଂଗଠନ ନନ୍ଦିନୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ, ଉପଢୌକନ ଓ ମେମୋଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଗୀତାଞ୍ଜଳୀ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଦମୟନ୍ତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଅନିଲ କୁମାର ଦାସ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ମହିଳା ସଦସ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭକ୍ତିମୟୀ ମହାଳିକ, ସୁଶ୍ରୀ ସଂଗୀତା ବେଜ,ସେଫାଳୀ ପାତ୍ର, ଜୋସ୍ନାମୟୀ ଜେନା, ଶକୁନ୍ତଳା ଆଚାର୍ଯ୍ୟ, ଚମ୍ପା ଚାନ୍ଦ,ଗାୟତ୍ରୀ ପାତ୍ର, ଜୋସ୍ନାରାଣୀ ଦାସ,ଗୀତାଞ୍ଜଳୀ ନାୟକ, ଜୋସ୍ନା ବାରିକ, ତଅପୋଇ ମାଝୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସର୍ବଶ୍ରୀ ସୁବ୍ରତ ବେହେରା, ପ୍ରଫୁଲ୍ଲ ସାହୁ,ମହେନ୍ଦ୍ର ମହାଳିକ,ଡଃ ବିନୋଦ ସାହୁ, ନିତ୍ୟାନନ୍ଦ ପାତ୍ର, ଦେବ ପାତ୍ର, ବାଲୁକେଶ୍ବର ପାତ୍ର, ରତିକାନ୍ତ ଆଚାର୍ଯ୍ୟ, କବିନ୍ଦ୍ରନାରାୟଣ ଦେଓ,ଭକ୍ତିମୟ ମହାଳିକ, ବରୁଣ ମାଝୀ, ମଳୟ ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା..

Sunil Chandra Nayak

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!