ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଃଶୁକ୍ଳ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ

ରାଉରକେଲା/ ୫୧ତମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଇସ୍ପାତ କାରଖାନା ବ୍ଲାଷ୍ଟଫର୍ଣ୍ଙେସ ବିଲଭାଗରେ ଶ୍ରବଣ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଅର ପ୍ଲସ୍ ସ୍ପିଚ୍ ହିଅରିଂ କ୍ଲିନିକ ଦ୍ବାରା ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା। ବ୍ଲାଷ୍ଟଫର୍ଣ୍ଙେସ ବିଭାଗର ମୁଖ୍ୟ ପରିଚାଳକ ବି.ଆର.ବାବୁ ଓ ଉପସୁରକ୍ଷା ଅଧିକାରୀ ପ୍ରଭାତ କୁମାରଙ୍କ ତତ୍ବାବଧାନରେ ବ୍ଲାଷ୍ଟଫର୍ଣ୍ଙେସ ୧ ଓ ୫ ବିଭାଗର ମୋଟ ୭୦ଜଣଙ୍କର କାନ ଓ ଶ୍ରବଣ ଶକ୍ତି ପରୀକ୍ଷା କରାଯାଇଥିଲା। ଶ୍ରବଣ ସମସ୍ୟା ଥିବା ୧୦ ଜଣ କର୍ମଚାରୀଙ୍କୁ ଫୋନାକ କଂପାନି ତରଫରୁ ମାଗଣାରେ ଇଅରପ୍ଲସ ପ୍ରଦାନ କରାଯାଇଥିଲା। ସୁରକ୍ଷା ସପ୍ତାହ ମଧ୍ୟରେ ଅନ୍ୟ ବିଭାଗର କର୍ମଚାରୀ ମାନଙ୍କର ଶ୍ରବଣ ଶକ୍ତି ମାଗଣାରେ ଯାଞ୍ଚ କରାଯିବ ବୋଲି ଇଅର ପ୍ଲସ୍ କ୍ଲିନିକର ବ୍ୟବସାୟିକ ମୁଖ୍ୟ ଅରବିନ ଦାସ ଏବଂ ଫୋନିକ କଂପାନିର ରୁଦ୍ରପ୍ରତାପ ମହାନ୍ତି ଓ ପ୍ରବୀଣ କୁମାର ସାମଲ ସୂଚନା ପ୍ରଦାନ କରିଛନ୍ତି। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ରାଉରକେଲା କଲେଜର ବିଦାୟ ସମ୍ବର୍ଦ୍ଧନା:ଏକ ପତ୍ରଝରା ଋତୁ ଆୟୋଜିତ

Sunil Chandra Nayak

ନବମୀ ରେ ପୂଜା ମଣ୍ଡପରେ ମା ଦୁର୍ଗା: ଝିପି ଝିପି ବର୍ଷା ରେ ଫିକା ପଡି ଯାଇଛି ପୂଜା ମାହୋଲ୍ 

Sunil Chandra Nayak

କଳାହାଣ୍ଡି କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ

masiha

Leave a Comment

error: Content is protected !!