ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡକୁଳ – କୁମାରୀ ଓ ଫରଙ୍ଗ ରାସ୍ତା ସଙ୍କଟାପନ୍ନ

ଗୋଳାମୁଣ୍ଡା/୧୦/୦୩/ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ପଣ୍ଡକୁଳ ରୁ କୁମାରୀ ଓ ଫରଙ୍ଗ ପର୍ଯ୍ୟନ୍ତ ୪ କିଲୋମିଟରଦୂରତା ଅବସ୍ତିତ,ଉକ୍ତ ରାସ୍ତା ବିପଦ ସଙ୍କେତ ସୃଷ୍ଟି ହୋଇଛି, ସାଧାରଣ ଲୋକ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପ୍ରକାଶ ଥାଉକି ଉକ୍ତ ରାସ୍ତା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ,ଧର୍ମଗଡ଼ ଙ୍କ ପକ୍ଷରୁ ଗତ୨୦୧୮/୧୯ ମଧ୍ୟରେ ଠିକାଦାର ସଚିନ ଅଗ୍ରୱାଲଙ୍କ ଙ୍କ ଦ୍ଵାରା ପଣ୍ଡକୁଳ ତ୍ରିଛକ ରୁ କୁମାରୀ ପ୍ରଯ୍ୟନ୍ତ ,୧,୬୦୦କିମି କାର୍ଯ୍ୟ ସମ୍ପାଦନହୋଇଥିଲା,ଓ ଅଟକଳ ମୁଲ୍ୟ,୨୩,୩୦,ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ଉକ୍ତ ଟଙ୍କା ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକ।ରେ ଥିବାରୁ ଯେତେ ଅଭିଯୋଗ ସାଧାରଣ ଲୋକ କରିଥିଲେ ମଧ୍ୟ କୌଣସି ପ୍ରକାର ଫଳପ୍ରଦ ହୋଇ ନାହିଁ,ହେଲେଏହି ରାସ୍ତା ନିର୍ମାଣ ସମୟରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ଗ୍ରହଣକରା ଯାଇ ନ ଥିଲା ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି, ଏବେ ଉକ୍ତ ରାସ୍ତା ଗାତ ସୃଷ୍ଟି ହେବା ହେତୁ ଗତକାଲି ସେହି ଗାତରେ ମେଟାଲ ପକାଇ ଦେଇଛନ୍ତି, ପୁଣି କୁମାରୀ ଠାରୁ ଫରଙ୍ଗ ଏକ କିଲୋମିଟରହେବ ତାହା ବି ଗାତ ସୃଷ୍ଟି ହୋଇଛି, ଏହି ରାସ୍ତା ଉପରେ ଧର୍ମଗଡ଼ କୁ ଯିବା ଆସିବା ବେଳେ ପଣ୍ଡକୁଳ ରୁ ଫରଙ୍ଗ ପର୍ଯ୍ୟନ୍ତ ହାଇସ୍କୁଲ ଛାତ୍ରଛାତ୍ରୀ ଓ ଫରଙ୍ଗ ମେଡିକାଳ,ବୃଦ୍ଧ ବୃଦ୍ଧା ମାନେ ବ୍ୟାଙ୍କ କାର୍ଯ୍ୟ ଉପରେ  ନିର୍ଭର କରିଥାନ୍ତି ବୋଲି ଅଞ୍ଚଳର ଲୋକେ କହିଛନ୍ତି,ବର୍ଷା ମାସରେ ଗାତରେ ପାଣି ଆଣ୍ଠୁଏ ଜାମା ହୋଇ ଥାଏ,ଏହି ରାସ୍ତାର ନିମ୍ନ ମାନର କାର୍ଯ୍ୟ ହେତୁ ସେତେ ବେଳେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ରାସ୍ତା କିଭଳି ଶୋଚନୀୟ ଅବସ୍ଥାରେ ଗତି କରୁଛି ତାହା ପ୍ରଶାସନ ପକ୍ଷରୁ ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ଧର୍ମଗଡ଼ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବୁଦ୍ଧି ଯିବି ମହଲରୁ ପ୍ରକାଶ ପାଇଛି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ରିପୋର୍ଟର,

Related posts

ତୀର୍ଯ୍ୟକ

Sunil Chandra Nayak

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୨ ପାଳିତ  

Sunil Chandra Nayak

Leave a Comment

error: Content is protected !!