ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା କୁଆଁର ପୁନେଇ ଜହ୍ନ

 କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ ଲୋ ସୁନ୍ଦର
କୁଆଁରି ମନରେ ଉଠେ ଲୋ ଜୁଆର।।
ବଉଦ ଉଢାଳେ ହସୁଛି ସେ ଜହ୍ନ
ଚାନ୍ଦ ଦେଖି ମନ ହୁଏ ଯେ ଉଚ୍ଛନ୍ନ।।
ଅସୁମାରି ଆଶା ଖେଳେ ଲୋ ମନରେ
ମନର କଥା କୁ ରଖିଣ ଗୋପନେ।।
ପାଦରେ ଅଳତା ଆଖିରେ କଜଳ
ବେଣୀରେ ଗଜରା ଦିସଇ ସୁନ୍ଦର।।
ପରିଧାନ କରି ନୂତନ ବସନ
ସଜବାଜ ହୋଇ ଦିସନ୍ତି ଶୋଭନ।।
ସାଙ୍ଗସାଥି ସବୁ ହରଷ ହୋଇଣ
ଚଉଁରା ମୂଳରେ ମିଳନ୍ତି ବହନ।।
ନାନା ଜାତି ଭୋଗ ବାଢନ୍ତି ହରଷେ
କଦଳୀ ନଡିଆ ପିଠା କୁ ସମସ୍ତେ।।
ଜହ୍ନିଫୁଲ ସାଥେ ପଦୁଅଁ କି କଇଁ
ଚଉଁରା ମୂଳରେ ଦିଅନ୍ତି ଯେ ଥୋଇ।।
ଦେଇ ହୁଳହୁଳି ଜହ୍ନକୁ ଯେ ଚାହିଁ
ଅନାବିଳ ଆଶା ମନରେ ଯେ ନେଇ।।
ଅଞ୍ଜୁଳା ଅଞ୍ଜୁଳା ଫୁଲକୁ ଯେ ଟେକି
ଦିଅନ୍ତି ମନର ମଣିଷ ପାଇଁ କି।।
ଦୀପ ଧୂପ ସାଥେ ଆଳତି କର୍ପୂର
ବନ୍ଦାଇବେ ଚାନ୍ଦ ଆନନ୍ଦ ମନର।।
   

         ମମତା ସାହୁ

               ଗାଈଗାଁ,କଳାହାଣ୍ତି

Related posts

ପଦ୍ମିନୀ ନାଏକ ଙ୍କ କବିତା ବିଶ୍ବ ମାତୃ ଦିବସ

ଧର୍ମଗଡ଼ ଚେମ୍ବର ଅଫ କମର୍ସ ପକ୍ଷରୁ ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଶହେ ମିଟର ଲମ୍ବାର ଜାତୀୟ ପତାକା ଉଡ଼ାଇ ଆଜାଦିକା ଅମୃତ ମହୋତ୍ସବ ପାଳନ କଲେ

Sunil Chandra Nayak

Leave a Comment

error: Content is protected !!