ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା କୁଆଁର ପୁନେଇ ଜହ୍ନ

 କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ ଲୋ ସୁନ୍ଦର
କୁଆଁରି ମନରେ ଉଠେ ଲୋ ଜୁଆର।।
ବଉଦ ଉଢାଳେ ହସୁଛି ସେ ଜହ୍ନ
ଚାନ୍ଦ ଦେଖି ମନ ହୁଏ ଯେ ଉଚ୍ଛନ୍ନ।।
ଅସୁମାରି ଆଶା ଖେଳେ ଲୋ ମନରେ
ମନର କଥା କୁ ରଖିଣ ଗୋପନେ।।
ପାଦରେ ଅଳତା ଆଖିରେ କଜଳ
ବେଣୀରେ ଗଜରା ଦିସଇ ସୁନ୍ଦର।।
ପରିଧାନ କରି ନୂତନ ବସନ
ସଜବାଜ ହୋଇ ଦିସନ୍ତି ଶୋଭନ।।
ସାଙ୍ଗସାଥି ସବୁ ହରଷ ହୋଇଣ
ଚଉଁରା ମୂଳରେ ମିଳନ୍ତି ବହନ।।
ନାନା ଜାତି ଭୋଗ ବାଢନ୍ତି ହରଷେ
କଦଳୀ ନଡିଆ ପିଠା କୁ ସମସ୍ତେ।।
ଜହ୍ନିଫୁଲ ସାଥେ ପଦୁଅଁ କି କଇଁ
ଚଉଁରା ମୂଳରେ ଦିଅନ୍ତି ଯେ ଥୋଇ।।
ଦେଇ ହୁଳହୁଳି ଜହ୍ନକୁ ଯେ ଚାହିଁ
ଅନାବିଳ ଆଶା ମନରେ ଯେ ନେଇ।।
ଅଞ୍ଜୁଳା ଅଞ୍ଜୁଳା ଫୁଲକୁ ଯେ ଟେକି
ଦିଅନ୍ତି ମନର ମଣିଷ ପାଇଁ କି।।
ଦୀପ ଧୂପ ସାଥେ ଆଳତି କର୍ପୂର
ବନ୍ଦାଇବେ ଚାନ୍ଦ ଆନନ୍ଦ ମନର।।
   

         ମମତା ସାହୁ

               ଗାଈଗାଁ,କଳାହାଣ୍ତି

Related posts

ବେଣୁଧର ସୂତାର ଙ୍କ କବିତା କବି ତୁମେ

Sunil Chandra Nayak

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

Sunil Chandra Nayak

ବିଦ୍ୟାଳୟରେ ତାଲା ପଡିବା ଘଟଣା, ତାଲା ଖୋଲିଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!