ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା କୁଆଁର ପୁନେଇ 

କୁଆଁର ପୁନେଇ 

           କବିତା ସାହୁ 

ଆମ ଗାଁ ହସେ ଦେଖି ତା ସଂସ୍କୃତି
ଶରତ ଆକାଶେ ତାରାମେଳେ ହସି
କୁଆଁର ପୁନେଇ ଜହ୍ନ ଲୋ ଫୁଲ ବଉଳ ବେଣୀ ।
କୁଆଁରୀ ଝିଅଙ୍କ ମନ ଛନଛନ 
ଜହ୍ନକୁ ପୂଜିବା ପାଇଁ ଲୋ  ଫୁଲ ବଉଳ ବେଣୀ।
ରାତି ନ ପାହୁଣୁ ଉଠିଣ ସଅଁଳ 
ସାରନ୍ତି ସକଳ କାମ ଲୋ ଫୁଲ ବଉଳ ବେଣୀ।
ପାଦରେ ଅଳତା ମଥାରେ ଟିକିଲି 
ଆଖିରେ କଜଳ ଗାର ଲୋ ଫୁଲ ବଉଳ ବେଣୀ ।
ବେଣୀରେ ଗଜରା ମଲ୍ଲୀ ଚମ୍ପା ତୋରା
ନୂଆ ଜାମା ଶାଢୀ ଚୁଡି ଲୋ ଫୁଲ ବଉଳ ବେଣୀ। 
ନାନା ଅଳଙ୍କାରେ ସଜାଇ ହୁଅନ୍ତି
ସତେ କି ସରଗ ପରୀ ଲୋ ଫୁଲ ବଉଳ ବେଣୀ ।
ଜହ୍ନିଫୁଲ ସାଥେ କଇଁ ପଦୁଅଁ ରେ 
ଚଉଁରା ସଜାଇ କଳସ ବସାଇ 
ଦେଉଥାନ୍ତି ହୁଳାହୁଳି ଲୋ ଫୁଲ ବଉଳ ବେଣୀ।
ଖଇ ଛେନା ଗୁଡ କଦଳୀ ଚକଟି 
ଅତି ଯତନରେ ଚାନ୍ଦ ସେ ଗଢନ୍ତି
ମନରେ ଖୁସି ସେ ହୋଇ ଲୋ  ଫୁଲ ବଉଳ ବେଣୀ। 
କୁଲାରେ ଭରିଣ ନାନା ଜାତି ଫଳ 
ନଡ଼ିଆ କଦଳୀ ଖଇ ଲୋ ଫୁଲ ବଉଳ ବେଣୀ। 
ଶରତ ଆକାଶେ ଜହ୍ନ  ଧିରେ ଆସେ 
ପୁରୁବ ଆକାଶୁ ଉଇଁ ଲୋ ଫୁଲ ବଉଳ ବେଣୀ।
ଆଞ୍ଜୁଳାରେ ଭରି ଖଇ ଗୁଆ ଫୁଲ 
ଜହ୍ନକୁ ଦିଏ ଦେଖାଇ ଲୋ ଫୁଲ ବଉଳ ବେଣୀ। 
ଚନ୍ଦନ ସିନ୍ଦୁର ଫୁଲ ଧୂପ ଦୀପେ 
ଚାନ୍ଦ କୁ ଦିଏ ବନ୍ଦାଇ ଲୋ ଫୁଲ ବଉଳ ବେଣୀ। 
କାର୍ତ୍ତିକ ପରି ସେ ବର ମନାସୀଣ 
ହୁଳାହୁଳି ଦେଉ ଥାଏ ଲୋ ଫୁଲ ବଉଳ ବେଣୀ। 
ତାସ ଲୁଡୁ ପୁଚି କଉଡି ଗୀତରେ 
ପାହି ଯାଉଥିଲା ରାତି ଲୋ ଫୁଲ ବଉଳ ବେଣୀ।
ରହି ଅଛି କେତେ ଯୁଗରୁ ଏ ବିଧି 
କୁଆଁରୀ ଝିଅ ଙ୍କ ପାଇଁ ଲୋ ଫୁଲ ବଉଳ ବେଣୀ। 
ରହିଛି ରହିବ ଆମର ସଂସ୍କୃତି 
ପାଳିବା ସଭିଏ ମିଶି ଲୋ ଫୁଲ ବଉଳ ବେଣୀ। 
ସାରା ରାତି ଉଜାଗର ରହି ଗାଉଥିଲେ 
କେତେ ଗୀତ ଲୋ ଫୁଲ ବଉଳ ବେଣୀ।
ଜହ୍ନିଫୁଲ ଠୋ ଠା କାକୁଡି ଫୁଲ ଠୋ ଠା
ଗୁଣ୍ଡୁଚିମୂଷା କହିଯାଇଛି ଚାଉଳ ମୁଠିଏ ରଖିଥା।
ଠିଆ ପୁଚି ନାରଙ୍ଗ ଗୋଡ ଦିଟା ସାରଙ୍ଗ।
ସାରଙ୍ଗ ବଜାର ଯାଇଥିଲି ସାରଙ୍ଗ ଶୁଖୁଆ ଆଣିଥିଲି 
ଅଧେ କଲି ଭଜା ଲୋ ଅଧା ରଖିଲି କଞ୍ଚା 
ତୋ ଭଉଣୀ ରାଣୀ ହେଲେ ମୋ ଭାଇଟି ରାଜା।
       

              ଜୟପୁର

Related posts

ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ନର୍ଲା ପ୍ରେସ୍ ଆସୋସିଏସନ୍ ର ଜରୁରୀ କାଳୀନ ବୈଠକ

Sunil Chandra Nayak

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

Sunil Chandra Nayak

Leave a Comment

error: Content is protected !!