ଡାବୁଗାଁ, ୧୦/୮ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ହର ଘର ତ୍ରିରଙ୍ଗା ଅଭିଯାନ ନିମନ୍ତେ ଡାବୁଗାଁ ଉପ ଡାକ ଘରେ ବୁଧବାର ଜାତୀୟ ପତାକା ବିକ୍ରି ଆରମ୍ଭ କରାଯାଇଛି । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଦେଶରେ ପାଳନ କରାଯାଉଛି । ଘରେ ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟ ଙ୍କ ସ୍ୱପ୍ନ ଥିବା ବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମାନ୍ତ୍ରୀ ଦେଶ ବାସି ଙ୍କୁ ଆହ୍ୱାନ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଥମ ପଦକ୍ଷେପ ସ୍ୱରୂପ ଜାତୀୟ ପତାକା ଏବେ ପ୍ରତ୍ୟକ ଡାକ ଘରେ ଏବଂ ଉପ ଡାକ ଘରେ ବିକ୍ରି କରାଯାଉଛି । ସବୁ ବର୍ଗର ବ୍ୟକ୍ତି ଡାକ ଘରୁ ଜାତୀୟ ପତାକା କ୍ରୟ କରୁଛନ୍ତି । ପ୍ରତ୍ୟେକ ତ୍ରିରଙ୍ଗା ର ଦର ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଆଜି ୧୦୧୦ ପତାକା ବିକ୍ରି ହୋଇଥିବା ଡାବୁଗାଁ ଉପ ଡାକ ପାଳ ଦୀପ୍ତି ନାରାୟଣ ସେଠୀ କହିଥିଲେ । ହର ଘର ତ୍ରିରଙ୍ଗା ଅଭିଯାନ କୁ କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଡାକଘର ସାମ୍ନା ରେ ଏକ ସେଲ୍ଫି ପଇଣ୍ଟ ମଧ୍ୟ ରଖାଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନକୁ ଡାବୁଗାଁ ବାସି ସ୍ୱାଗତ ଜଣାଇଛନ୍ତି । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ