ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

ଡାବୁଗାଁ, ୧୦/୮ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ହର ଘର ତ୍ରିରଙ୍ଗା ଅଭିଯାନ ନିମନ୍ତେ ଡାବୁଗାଁ ଉପ ଡାକ ଘରେ ବୁଧବାର ଜାତୀୟ ପତାକା ବିକ୍ରି ଆରମ୍ଭ କରାଯାଇଛି । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଦେଶରେ ପାଳନ କରାଯାଉଛି । ଘରେ ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟ ଙ୍କ ସ୍ୱପ୍ନ ଥିବା ବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମାନ୍ତ୍ରୀ ଦେଶ ବାସି ଙ୍କୁ ଆହ୍ୱାନ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଥମ ପଦକ୍ଷେପ ସ୍ୱରୂପ ଜାତୀୟ ପତାକା ଏବେ ପ୍ରତ୍ୟକ ଡାକ ଘରେ ଏବଂ ଉପ ଡାକ ଘରେ ବିକ୍ରି କରାଯାଉଛି । ସବୁ ବର୍ଗର ବ୍ୟକ୍ତି ଡାକ ଘରୁ ଜାତୀୟ ପତାକା କ୍ରୟ କରୁଛନ୍ତି । ପ୍ରତ୍ୟେକ ତ୍ରିରଙ୍ଗା ର ଦର ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଆଜି ୧୦୧୦ ପତାକା ବିକ୍ରି ହୋଇଥିବା ଡାବୁଗାଁ ଉପ ଡାକ ପାଳ ଦୀପ୍ତି ନାରାୟଣ ସେଠୀ କହିଥିଲେ । ହର ଘର ତ୍ରିରଙ୍ଗା ଅଭିଯାନ କୁ କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଡାକଘର ସାମ୍ନା ରେ ଏକ ସେଲ୍ଫି ପଇଣ୍ଟ ମଧ୍ୟ ରଖାଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନକୁ ଡାବୁଗାଁ ବାସି ସ୍ୱାଗତ ଜଣାଇଛନ୍ତି । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ସଫଳ ଦୁଇ ମହିଳା ଚାଷୀ

Sunil Chandra Nayak

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ଜନଜାଗରଣ ମଞ୍ଚ

Sunil Chandra Nayak

Leave a Comment

error: Content is protected !!