ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

ଡାବୁଗାଁ, ୧୧/୮ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ପଞ୍ଚାୟତ ର ସିନ୍ଧିକାଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନ ସମୟରେ ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଅଞ୍ଚଳା ଗ୍ରାମର ସୁନ୍ଦର ସିଂ ମାଝୀ (୪୫) ଓ ତିର୍ତ୍ତ ଭତ୍ରା (୫୦) କୌଣସି କାମ ପାଇଁ ନିଜ ଗ୍ରାମ ରୁ ପ୍ରାୟ ୨ କିମି ଦୂର ଡୁମାଗୁଡା ଗ୍ରାମ ପାଖ ପାହାଡ଼ କୁ ଯାଇଥିଲେ ସେଠାରେ ସୁନ୍ଦର ସିଂ ଙ୍କୁ ଭାଲୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ସାଙ୍ଗରେ ଥିବା ତୀର୍ତ୍ତ ତାଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । କିଛି ସମୟ ପରେ ଭାଲୁ କବଳରୁ ସେ ସୁନ୍ଦର ଙ୍କୁ ବଞ୍ଚାଇ ଥିଲେ । କିନ୍ତୁ ଭାଲୁ ସୁନ୍ଦର ଙ୍କ ମୁହଁ ଏବଂ ହାତ କୁ ଗୁରୁତର ଭାବେ ଆଘାତ କରିଥିଲା । ସେହି ସ୍ଥାନରୁ ତୀର୍ତ୍ତ ସୁନ୍ଦର ଙ୍କୁ ନିଜ ଘରକୁ ଆଣିଥିଲେ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍‌ଥ

Sunil Chandra Nayak

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – “ବୋଲେ ବମ ସେବା ଶିବିର”

Sunil Chandra Nayak

Leave a Comment

error: Content is protected !!