ଡାବୁଗାଁ, ୧୧/୮ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ପଞ୍ଚାୟତ ର ସିନ୍ଧିକାଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନ ସମୟରେ ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଅଞ୍ଚଳା ଗ୍ରାମର ସୁନ୍ଦର ସିଂ ମାଝୀ (୪୫) ଓ ତିର୍ତ୍ତ ଭତ୍ରା (୫୦) କୌଣସି କାମ ପାଇଁ ନିଜ ଗ୍ରାମ ରୁ ପ୍ରାୟ ୨ କିମି ଦୂର ଡୁମାଗୁଡା ଗ୍ରାମ ପାଖ ପାହାଡ଼ କୁ ଯାଇଥିଲେ ସେଠାରେ ସୁନ୍ଦର ସିଂ ଙ୍କୁ ଭାଲୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ସାଙ୍ଗରେ ଥିବା ତୀର୍ତ୍ତ ତାଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । କିଛି ସମୟ ପରେ ଭାଲୁ କବଳରୁ ସେ ସୁନ୍ଦର ଙ୍କୁ ବଞ୍ଚାଇ ଥିଲେ । କିନ୍ତୁ ଭାଲୁ ସୁନ୍ଦର ଙ୍କ ମୁହଁ ଏବଂ ହାତ କୁ ଗୁରୁତର ଭାବେ ଆଘାତ କରିଥିଲା । ସେହି ସ୍ଥାନରୁ ତୀର୍ତ୍ତ ସୁନ୍ଦର ଙ୍କୁ ନିଜ ଘରକୁ ଆଣିଥିଲେ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ