ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦନ ଉତ୍ସବ ଓ ନଟବର କଳା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବାଲେଶ୍ବର, ୧୫/୫/୨୨- ବାଲେଶ୍ବର ଜିଲ୍ଲା ଜଳକା ପ୍ରୋଜେକ୍ଟ ରାଧା ମାଧବ ଚନ୍ଦନ ଉତ୍ସବ ଓ ନଟବର କଳା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଅଛି । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତ ଜଳକା ପ୍ରୋଜେକ୍ଟ ସ୍ଥିତ ଚନ୍ଦନ ଉତ୍ସବ ଓ ନଟବର କଳା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଓ ଏ କାହାଣୀ ନାଟକର ସଂଳାପ ନାଟ୍ଯକାର ନରେନ୍ଦ୍ର ଦଣ୍ତପାଟ ଦେଇଥିବା ବେଳେ ସଂଗୀତରେ ସଜେଇଥିଲେ ଗୀତିକାର ବିଜୟ କୁମାର ଭୂୟାଁ । ଏନେଇ ଜଳକା ଚନ୍ଦନ ଯାତ୍ରାମଞ୍ଚରେ ଏକ ସଭାର ଆୟୋଜନ ହୋଇଥିଲା । ଫୁଲମଣି ବିଦ୍ୟାପୀଠର ସାହିତ୍ୟ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ଼ଃ ମାଧବ ପରିଡ଼ା, ମୁଖ୍ୟ ବକ୍ତା ଭାବେ ଇଂ ସୁଧାଂଶୁ ଶେଖର ଯେନା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଦେବେନ୍ଦ୍ର ବେହେରା, ନୃତ୍ୟ ନିର୍ଦ୍ଦେଶିକା ନିର୍ମଳା ଭୋଇ, ଜିଲ୍ଲା ଲୋକ କଳା ସଂଘର ସଭାପତି ପୁର୍ଣ୍ଣଚନ୍ଦ୍ର ବେହେରା, ଚନ୍ଦନ ଉତ୍ସବର ସଭାପତି ପ୍ରଫୁଲ୍ଲ ଗିରି ଓ ସଭ୍ୟ ଅରୁଣ ଦାସ ମଞ୍ଚାସୀନ ଥିଲେ । କଳାସଂସ୍କୃତି ଯୁଗେଯୁଗେ ନିସ୍କଳଙ୍କ ବୋଲି ଅତିଥିମାନେ ମତ ବ୍ଯକ୍ତ କରିଥିଲେ । ବସ୍ତା ଅଞ୍ଚଳର ବିଭିନ୍ନ କୃତି ସନ୍ତାନ ମାନଙ୍କୁ ତାଙ୍କର କୃତିତ୍ବ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ନାଟ୍ୟକାର ନରେନ୍ଦ୍ର ଦଣ୍ଡପାଟଙ୍କ ବିଭିନ୍ନ ସଫଳ ନାଟକର ଝଲକ ସଂଗୀତ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ଏବଂ କୁନି ପ୍ରତିଭା ମାନଙ୍କ ଦ୍ଵାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ବିଜୟ ଭୁୟାଁ ମଞ୍ଚ ଆହ୍ୱାନ ସହିତ ପ୍ରାରମ୍ଭିକ ସୂଚନା ଓ ସଂଗୀତ ପରିଚାଳନା କରିଥିଲେ । ନାଟ୍ଯ ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଦଣ୍ତପାଟ ପାଟ, କଣ୍ଠଶିଳ୍ପୀ ମାତଙ୍ଗିନୀ ଦାସ, ଅରବିନ୍ଦ ପ୍ରଧାନ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । କଳାକାର ମାନଙ୍କୁ ମାନପତ୍ର ଓ କୁନି ପ୍ରତିଭାଧାରୀଙ୍କୁ ପ୍ରତିଭାଶ୍ରୀ ସମ୍ମାନ ପତ୍ର ଅତିଥିମାନେ ପ୍ରଦାନ କରିଥିଲେ । କୁନୀ ଶିଳ୍ପି ବୈଷ୍ନବୀ ଭୂୟାଁ ପ୍ରାରମ୍ଭିକ ସଙ୍ଗିତ ଗାନକରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ପ୍ରସଙ୍ଗ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଦେଶବ୍ଯାପି ବିରୋଧ କାର୍ଯ୍ଯକ୍ରମ

Sunil Chandra Nayak

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୧୭ରେ

Leave a Comment

error: Content is protected !!