ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ

ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଯୋଜନା ରହିଛି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିଜା ସିଂ,ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ମନ୍ତ୍ରୀ ଶ୍ରୀ ସିଂ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା,ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପିଏମଏୱାଇ ରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ସମସ୍ତଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ପିଏମ୍ ଗ୍ରାମୀଣ ଓ ସହରୀ ଆବାସ ଯୋଜନା ପାଇଁ ଭାରତ ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ୪୮ ହଜାର କୋଟି ବ୍ୟୟବରାଦ କରିଥିବା ବେଳେ ଓଡ଼ିଶାର ଭାଗ ରହିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଯୋଜନା ରହିଛି । ଭୂମିହୀନଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ପ୍ରାଥମିକତା ଦେଉଛନ୍ତି । ପିଏମ୍ ଆବାସ୍ ଯୋଜନାରେ ଉଭୟ ଗାଁ ଓ ସହର ପାଇଁ ଅଧିକରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ମିଳିଲେ ଆମ ରାଜ୍ୟର ଗରିବ, ପଛୁଆ ଓ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ ।

 ପିଏମ ଆବାସ ଯୋଜନା ଅନ୍ତର୍ଗତ ନାମାଙ୍କନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ, ଅନ୍ୟାନ୍ୟ ଅନୁଷଙ୍ଗିକ ପ୍ରକ୍ରିୟା ତଥା ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ଏହି ଯୋଜନାର କ୍ରିୟାନ୍ୱୟନ ସହ ଅଧା ନିର୍ମାଣ ହୋଇ ପଡ଼ି ରହିଥିବା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଅନୁଷ୍ଠିତ ବୈଠକ ବିଶଦ ଭାବେ ଆଲୋଚନା ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧାନ ବିଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର , ଘଟଣା ସ୍ଥଳେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍

Sunil Chandra Nayak

ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶପଥପାଠ ଅନୁଷ୍ଠିତ    

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!