ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତ ଦେହ,ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ |ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ |ସେ ୫ଦିନ ପୂର୍ବରୁ ପାରିବାରିକ କଳିକୁ କେନ୍ଦ୍ର କରି ଘର ଛାଡି ପଳାଇ ଆସିଥିଲେ |ତେବେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ |ତେବେ ଆଜି ସକାଳେ କର୍ଣ୍ଣାଟକପୁର ଗାଁ ଲୋକ ପାଖ ଜଙ୍ଗଲ ରେ ଏକ ଗଳିତ ମୃତ ଦେହ ପଡିଥିବାର ଦେଖି ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ପରଜଙ୍ଗ ପୁଲିସ ନିଖୋଜ ଵ୍ୟକ୍ତି ଙ୍କ ପରିବାର ସହ ଘଟଣା ସ୍ଥଳରେ ପହଂଚି ଗଳିତ ମୃତ ଦେହକୁ ଚିହ୍ନଟ କରିଛି |ସେପଟେ ଗଳିତ ମୃତ ଦେହ ପାଖରେ ଏକ ବିଷ ବୋତଲ ପଡିଥିବାର ଦେଖିବାକୁ ମିଳିଛି |ତେଣୁ ପାରିବାରିକ କଳିକୁ କେନ୍ଦ୍ର କରି ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି |ତେବେ ପୋଲିସ ଗଳିତ ମୃତ ଦେହ କୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରିରଖିଛି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ, ମସିହା ନିୟୁଜ

Related posts

ବେଣୁଧର ସୂତାର ଙ୍କ କବିତା ବର୍ଷା ବସୁମତୀ

Sunil Chandra Nayak

ଅମିନ ସଂଘ ଢେଙ୍କାନାଳ ର ଜିଲ୍ଲା ସ୍ତରୀୟ ସାଧାରଣ ସଭା

Sunil Chandra Nayak

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!