ରଜ
ଆଦରମଣି ପ୍ରଧାନ
ଆଦ୍ୟ ଆଷାଢର
ପହିଲି ସୁରୁଜ
ମାଟିକୁ କରୁଛି ସ୍ପର୍ଶ,,,
ବ୍ୟାକୁଳିତ ହୃଦେ
ଭଉଣୀ ଲେଖିଛି
ଭାଇ ତୁମେ ଫେରି ଅସ,,,
ବରଷକେ ଆଜି
ଆସିଅଛି ରଜ
ଦୋଳି କିଏ ବାନ୍ଧିଦେଵ,,,
ବାହା ବିଦା ବେଳେ
କହିଥିଲ ତୁମେ
ରଜ ସଜ ଆଣିଦେବ,,,
ମନେ ପଡେ ଆଜି
ସାଙ୍ଗ ସାଥି ମେଳି
ରଜ ପାନ ଦୋଳିଖେଳ,,,
ମାଆ ପୋଡପିଠା
ମନେ ପଡିଗଲେ
ଆଖି ଲୁହ ଛଳ ଛଳ,,,
ଫେରି ଆସି ଥରେ
ଦେଖି ଯାଅ ବାରେ
ଆଦରର ଭଉଣୀକୁ,,,
କରିବିନି ଦୁଃଖୀ
ମୋ ଦୁଃଖ ଅଜାଡି
କୋହଭରା ଉଜାଣିକୁ,,,
ଶାଶୁଘର ବୋଲି
ପଠେଇଲ ଯାହା
ନିପଟ ସେ ମଫସଲ,,,
ଐତିହ୍ୟର ମୂଲ୍ୟ
କେ କାହୁଁ ବୁଝିବ
ମଣିଷ ତ କଲବଲ,,,
ସଂସ୍କାର ଦେଇଛ,
ସଂସ୍କୃତି କୁ ଭୁଲି
ରହି କି ପାରିବି ମୁଁହିଁ,,,
କରିବିନି ଅଳି
ଅଭିଯୋଗ କିଛି
ବାପାଙ୍କ ପାଖରେ ଯାଇ,,,