ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତଦାରଖ କରୁନି ପୂର୍ତ୍ତ ବିଭାଗ , ଛତିଶଗଡ ସୀମାନ୍ତ ୪୦ ନମ୍ବର ରାଜ୍ୟ ରାଜପଥ ବିପର୍ଯ୍ୟସ୍ତ , ବାରମ୍ବାର ମରାମତି ପରେ ବି ସମାନ ସ୍ଥିତି ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତା 

ରାଇଘର ୦୬:୦୯:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା ଠାରୁ ଛତିଶଗଡ ସୀମାନ୍ତ ତଥା କୁନ୍ଦେଇକୁ ସଂଯୋଗ କରୁଥିବା ୪୦ ନମ୍ବର ରାଜ୍ୟ ରାଜପଥ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲ ଢ଼ିପ ସୃଷ୍ଟି ହୋଇ କ୍ରମାଗତ ଭାବେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି କିନ୍ତୁ ବିଭାଗ ପକ୍ଷରୁ କୈଣସି ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରା ଯାଉନାହିଁ l ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଢ଼ିପ ସୃଷ୍ଟି ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ରାଇଘର ମାଉଁଳୀ ମନ୍ଦିର ସହ ଲାଲମାଟି ନିକଟରେ ଥିବା ଗର୍ତ୍ତ ସ୍ଥାନରେ ମେଟାଲ ପକାଇ ବିଭାଗ ପକ୍ଷରୁ କାମ ସାରି ଦେଇଥିବା ବେଳେ ବର୍ତମାନ ଉକ୍ତ ସ୍ଥାନରେ ପୁଣି ଗର୍ତ୍ତ ସୃଷ୍ଟି ହେବାରେ ଲାଗିଛି l ଅନ୍ୟପଟେ ଜୋଡିଙ୍ଗା କୁକୁରକୁଆଁ ଠାରୁ ଦେଓଭରାଣ୍ଡି ମଧ୍ୟରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ତଦାରଖ ଅଭାବରୁ ସମସ୍ୟା ଦ୍ବିଗୁଣିତ କରିଛି l ଅପରପକ୍ଷରେ ମେଟାଲ ପକାଇ ମରାମତି ବାବଦରେ ଅର୍ଥ ବ୍ୟୟ ବରାଦ ହେଉଥିବା ବେଳେ ସୀମାନ୍ତ ଅଞ୍ଚଳବାସୀ କିନ୍ତୁ ମରାମତି କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଇଘର ଠାରୁ କୁନ୍ଦେଇ ମଧ୍ୟରେ କିଛି ଗୁରୁତ୍ୱ ପୂର୍ଣ ସ୍ଥାନ ରହିଛି ଯେଉଁ ଠାରେ ଲଗାତାର ଭାବରେ ଗର୍ତ୍ତ ସୃଷ୍ଟି ହୋଇ କ୍ରମାଗତ ଦୁର୍ଘଟଣା ବୃଦ୍ଧି ପାଇଛି l ସମସ୍ୟା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପୂର୍ତ୍ତ ବିଭାଗର ରାଇଘର ଦାଇତ୍ୱରେ ଥିବା ଅଧିକାରୀ ମାନେ ବ୍ଲକ୍ ହେଡକ୍ୟାଟର ଠାରୁ ୨୮ କିଲୋମିଟର ଦୂରରେ ରହୁଥିବା ଯୋଗୁଁ ଲୋକଙ୍କ ଅଭିଯୋଗ ତଥା କାର୍ଯ୍ୟର ତଦାରଖ କରୁ ନାହାନ୍ତି l ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତା ଛତିଶଗଡ ରାଜଧାନୀ ରାୟପୁର ସହ ସଂଯୋଗ ରହିଥିବା ବେଳେ ପ୍ରତେକ ସମୟରେ ଶହ ଶହ ଯାନବାହାନ ଚଳାଚଳ କରୁ ଅଛି କିନ୍ତୁ ଏଠାରେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଗୋଳାମୁଣ୍ଡା ଜନ କଲ୍ୟାଣ ସାମ୍ବାଦିକସାଂଗଠନିକ ବୈଠକ 

ରାୟଗଡ଼- ମନ୍ତ୍ରୀ ଜଗନ୍ନାଥ ସରକା ଓ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ଦ୍ବାରା ଅଖିମୁଠି ଅନୁକୂଳ

ଜୟ କୁମାର ମିଶ୍ର ଙ୍କ କବିତା ପ୍ରେମ ବେପାର

Sunil Chandra Nayak

Leave a Comment

error: Content is protected !!