ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସୂତି ମହିଳାର ମୃତ୍ୟୁ

ଡାବୁଗାଁ, ୧୯/୮ -ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ପ୍ରସୂତି ମହିଳା ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଘୋଡଖୁଣ୍ଟା ପଞ୍ଚାୟତ ଅଧିନ ସିନ୍ଧିଭଟା ଗ୍ରାମର ପଦମ ଭତ୍ରା ଙ୍କର ସ୍ତ୍ରୀ ଫୁଲମତୀ ଭତ୍ରା (୨୪) ଙ୍କର ନିଜ ଘରେ ଗୁରୁବାର ସକାଳେ ପ୍ରସୂତି ବ୍ୟଥା ନହୋଇ ହଠାତ ପ୍ରସୂତି ହେବାରୁ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ| ପିଲା ଜନ୍ମ ହେବାପରେ ତାଙ୍କର ଅବସ୍ଥା ଗୁରୁତ୍ତର ହୋଇଥିଲା | ଉକ୍ତ ଖବର ସ୍ଥାନୀୟ ଆଶା କର୍ମୀ ଜାଣିବା ପରେ ତାଙ୍କ ଘରକୁ ଯାଇଥିଲେ | କିନ୍ତୁ ମହିଳା ଙ୍କ ସ୍ଵାମୀ ଆଶା କର୍ମୀଙ୍କୁ ଘର ଭିତରକୁ ଛାଡି ନଥିଲେ | ଆଶା କର୍ମୀ ଜଣଙ୍କ ଜୋର ଜବରଦସ୍ତ ଘର ଭିତରକୁ ଯାଇ ଦେଖିଥିଲେ ଯେ ମହିଳା ଙ୍କ ର ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ଓ ମହିଳା ଜଣଙ୍କ ଗରତ୍ତର ଅଛନ୍ତି | ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ମହିଳା ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରିଥିଲେ | ଏ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଭାସିଶ ସାହୁଙ୍କୁ ଯୋଗାଯୋଗ କରିବାରୁ ମହିଳା ଜଣଙ୍କର ଅଧିକ ଶାରେରିକ ପରିଶ୍ରମ କାରଣରୁ ଏଭଳି ହୋଇଛି କିନ୍ତୁ ୭ ମାସର ପିଲା ଜନ୍ମ ହୋଇଥିବାରୁ ପିଲାଟିକୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସ୍ଵତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟକୁ ସ୍ଥାନାନ୍ତର କରାଯାଇଛି ବୋଲି କହିଥିଲେ | ମହିଳା ଜଣଙ୍କ ରାସ୍ତାରେ ଆସୁଥିବା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସମ୍ପର୍କୀୟ ମାନେ କହିଛନ୍ତି | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଆଇଡ଼ିଏଲ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାନେଇ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା

Sunil Chandra Nayak

ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି  ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ 

Sunil Chandra Nayak

Leave a Comment

error: Content is protected !!