ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନାଲ ପରିଦର୍ଶନ କଲେ ଜଳସେଚନ ବିଭାଗ ଅତିରିକ୍ତ ସଚିବ

ବାଲେଶ୍ଵର,୧୬/୭/୨୨- ଜଳସେଚନର ସୁବିଧା ହେଲେ ଚାଷର ଉନ୍ନତି ହେବ । ଚାଷୀମାନେ ବର୍ଷକୁ ଦୁଇଥର ଧାନ ଚାଷ କରିପାରିବେ । ଏହାକୁ ଲକ୍ଷ୍ୟକରି ପ୍ରତ୍ୟେକ ଚାଷଜମିକୁ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି କେନାଲ ଖୋଳୁଛନ୍ତି । ହେଲେ କେତେକ ସ୍ଥାନରେ ଏହି ଲକ୍ଷ୍ୟ ପୂରଣ ହେବାରେ ବିଳମ୍ବ ପରିଲକ୍ଷିତ ହେଉଥିବାର ଦେଖାଯାଉଛି । ଯାହା ଆମ୍ବହତା ଠାରୁ ଖଇରା ବ୍ଲକ ଦେଇ ବାଲେଶ୍ଵର ପର୍ଯ୍ୟନ୍ତ ଯାଇଥିବା କେନାଲ କ୍ଷେତ୍ରରେ ଦୃଷ୍ଟି ଗୋଚର ହୋଇଛି । ଚାଷ କ୍ଷେତ୍ରକୁ ଜଳସେଚନର ସୁବିଧା ନିମନ୍ତେ ଜଳସେଚନ ବିଭାଗ ତରଫରୁ କେନାଲ ଖୋଳା ଯାଇଛି । ହେଲେ ଏପର୍ଯ୍ୟନ୍ତ ଖୋଳା ସମ୍ପୂର୍ଣ୍ଣ ହେଉନାହିଁ । ପ୍ରକାଶ ଥାଉକି ଆମ୍ବହତା ଠାରୁ ବାଲେଶ୍ଵର ଜିଲ୍ଲା ନୂଆପାଢୀ ପର୍ଯ୍ୟନ୍ତ ଖୋଳା ଚାଲିଥିବା କେନାଲକୁ ନିଆଯାଇପାରେ । ବର୍ଷ ବର୍ଷ ଧରି ଉକ୍ତ କେନାଲ ଖୋଳା ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ନହେବା ବଡ଼ ଦୁଃଖ ଓ ପରିତାପର ବିଷୟ । ସେଥିମଧ୍ୟରୁ ବଡ଼ ଦୁଃଖ ବିଷୟ ହୋଇଛି କୁପାରୀ-ଔପଦା ପର୍ଯ୍ୟନ୍ତ କେନାଲ । ଠିକାଦାରଙ୍କ ମନମୁଖିରେ ଚାଲିଛି କେନାଲ ଖୋଳା । ଏବାବଦରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ । ଖବରପାଇ ରାଜ୍ୟ ସରକାରଙ୍କ ଜଳସେଚନ ବିଗଭାଗ ତରଫରୁ ରାଜ୍ୟ ଜଳସେଚନ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ହଠାତ୍ ଗତ ତା ୧୫/୭/୨୨ ରିଖ ଶୁକ୍ରବାର ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଚାଲିଥିବା ଆମ୍ବହତା କେନାଲ ପରିଦର୍ଶନରେ ଆସିଥିଲେ । ଜଳସେଚନ ବିଭାଗର ବିଭିନ୍ନ ଅଧିକାରୀଙ୍କ ସମେତ ମାନ୍ୟବର ଅତିରିକ୍ତ ସଚିବ ସାରକୋଣା ଠାରେ ହୋଇଥିବା ଘାଇ ସହିତ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ନିମ୍ନମାନର କେନାଲ କାମ ଓ ବିଳମ୍ବ ହୋଇଥିବାର ଜଣାପଡିଥିଲା । କେନାଲ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ନେଇ ଠିକାଦାରଙ୍କ ସହିତ ଅନେକ ସମୟରେ ସ୍ଥାନୀୟ ଲୋକଙ୍କ ଯୁକ୍ତିତର୍କ ହେଉଥିବା ତଦନ୍ତକାରୀ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ଜନସାଧାରଣ ତଦନ୍ତକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ସ୍ଥାନୀୟ ତହସିଲଦାର ମହେନ୍ଦ୍ର କୁମାର ବେହେରା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦଳ ବଦ୍ଧ ହାତୀଙ୍କ ସଂଘର୍ଷରେ ଶିଶୁ ହାତୀର ମୃତ୍ୟୁ

Sunil Chandra Nayak

ପ୍ରତିମା ଶତପଥି ଙ୍କ ଗଳ୍ପ ସାଙ୍ଗ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଳକ ସ୍ତରୀୟ ବିଜ୍ଞlନ ମେଳା : ୯୩ ଟି ପ୍ରକଳ୍ପ ହେଲା ପ୍ରଦର୍ଶିତ :୬ଟି ଜିଲ୍ଲା ସ୍ତର କୁ ଉନ୍ନୀତ 

Sunil Chandra Nayak

Leave a Comment

error: Content is protected !!