ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାଳଚେର ବିମଳାଗଡ ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ପ୍ରସଙ୍ଗ

ଆବଶ୍ୟକ ହେଲେ ଦିଆଯିବ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା

ରାଉରକେଲା/ ଓଡିଶାର ବହୁଦିନର ଦାବି ତାଳଚେର ବିମଳାଗଡ ରେଳପଥ ନିର୍ମାଣ ପ୍ରସଙ୍ଗ ଦୀର୍ଘ ୬ଦଶନ୍ଧି ଧରି ଦାବି ତଥା ଆନ୍ଦୋଳନ ଚାଲି ଆସୁଥିଲେ ହେଁ ନା ଏଥିପ୍ରତି ରାଜ୍ୟ ବା କେନ୍ଦ୍ର କେହି କର୍ଣ୍ଣ ପାତ କରୁନଥିବା ବା ଟୁଳଟାଳ ନୀତି ଅବଲମ୍ବନ କରୁଥିବା ଦେଖାଯାଉଛି। ଯାହାକୁ ନେଇ ଜନ ଅସନ୍ତୋଷ ଲାଗିରହିଛି। କାର୍ଯ୍ୟରେ ବିଳମ୍ବ ପାଇଁ କେନ୍ଦ୍ର ରାଜ୍ୟକୁ ଦୋଷ ଦେଉଥିବା ବେଳେ ରାଜ୍ୟ କେନ୍ଦ୍ରକୁ ଦୋଷ ଦେଉଛି। ତାଳଚେର ବିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଉରକେଲା ସଚେତନ ନାଗରିକ ମଞ୍ଚ ଆବାହକତ୍ବରେ ସହରର ପ୍ରାୟ ୩୨ଟି ସାମାଜିକ ଅନୁଷ୍ଠାନ ମିଳିତ ଭାବେ ଓଡିଶାରେ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ଚୁଡାନ୍ତ ରାୟ ଆସନ୍ତା ଅଗଷ୍ଟ ମାସ ୮ତାରିଖ ଦିନ ମୁଖ୍ୟ ବିଚାରପତି ଓ ଅନ୍ୟତମ ବିଚାରପତି ଜଷ୍ଟିସ ଆର କେ ପଟ୍ଟନାୟକ ଙ୍କ ଖଣ୍ତପୀଠରେ ପ୍ରକାଶ ପାଇବ। ଏହି ରାୟ ପ୍ରକାଶ ପାଇବା ପରେ ସଚେତନ ନାଗରିକ ମଞ୍ଚ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହେବ। ସୂଚନା ଯୋଗ୍ୟ ଯେ ରେଳ ଯୋଗାଯୋଗ କ୍ଷେତ୍ରରେ ରାଉରକେଲା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଏଠାରେ ଏକ ରେଳ ଡିଭିଜନ ଦାବି ନେଇ ବହୁଦିନରୁ ଦାବି ହୋଇଆସୁଛି। ଚକ୍ରଧରପୁର ମଣ୍ଡଳରେ ରାଉରକେଲା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ମୋଟ ୭୪୧.୭୦୫ କି.ମି.ରେଳପଥ ମଧ୍ୟରୁ ସମୁଦାୟ ୪୦୫.୯୦୭କି.ମି. ରେଳପଥ ଓଡିଶାରେ। ଏହାବାଦ ଏହି ଡିଭିଜନରେ ମୋଟ ୮୭ଟି ଷ୍ଟେସନ ଥିବା ବେଳେ ଏଥି ମଧ୍ୟରୁ ୫୦ଟି ରେଳ ଷ୍ଟେସନ ଓ ଡିଭିଜନର ମୋଟ ୩ଟି ଏ କ୍ଲାସ ରେଳ ଷ୍ଟେସନରୁ ଦୁଇଟି ଓଡିଶାରେ ଅବସ୍ଥିତ। ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ରେଳ ଡିଭିଜନର ମୋଟ ରାଜସ୍ୱ ର ୪୦ପ୍ରତିଶତ ରାଜସ୍ୱ ଏହି ଜିଲ୍ଲାରୁ ଆଦାୟ ହେଉଛି। ଯାହା ରାଉରକେଲା ରେଳ ଡିଭିଜନ ପାଇଁ ଯେଉଁ ଦାବି ହେଉଛି ତାର ଯଥାର୍ଥତା ରହିଛି। ସେହିପରି ଦୀର୍ଘ ୬ ଦଶନ୍ଧି ଧରି ତାଳଚେର ବିମଳାଗଡ ରେଳପଥ ଅଧାପନ୍ତରିଆ ହୋଇ ପଡି ରହିଛି। ଏହାକୁ ପୂର୍ଣ୍ଣାଙ୍ଗ ରୂପରେଖ ଓ ରେଳ ଡିଭିଜନ ଦାବି ନେଇ ପୂର୍ବରୁ ବହୁ ଆନ୍ଦୋଳନ ହୋଇଯାଇଛି। ତେବେ ଜିଲ୍ଲାର ୭ ବିଧାୟକ, ସାଂସଦ ଓ ଅନ୍ୟ ଜନପ୍ରତିନିଧି ଙ୍କ ଦୁର୍ବଳ ସ୍ବର ହିଁ ଏହି କାର୍ଯ୍ୟକ୍ରମ ବିକାଶରେ ବାଧକ ସାଜିଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ କାର୍ଯ୍ୟ ଅଗ୍ରଗତିରେ ବାଧକ ସାଜୁଛନ୍ତି। ଏକଦା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ସ୍ବପ୍ନ ଇସ୍ପାତ ନଗରୀ ଠାରୁ ବନ୍ଦର ନଗରୀ ପର୍ଯ୍ୟନ୍ତ ଏକ ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କରି ଏହା ମାଧ୍ୟମରେ ରାଜ୍ୟ ବାସୀଙ୍କୁ ରୋଜଗାରକ୍ଷମ କରାଇବାର ସ୍ବପ୍ନ ଅଧୁରା ରହିଛି। ସୁନ୍ଦରଗଡ ଜିଲ୍ଲାରେ ସବୁ ଖଣି,କଳ କାରଖାନା ଥାଇ ମଧ୍ୟ ସବୁବେଳେ ଉପେକ୍ଷିତ ହୋଇ ରହିଆସିଛି। ସେହିପରି ଜିଲ୍ଲାର ୭ବିଧାୟକ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ସମ୍ମିଳିତ ସ୍ବରରେ ଜିଲ୍ଲା ତଥା ରାଉରକେଲାର ବିକାଶ ପାଇଁ ଦାବି କରିବା କଥା। ମାତ୍ର ତାହା ଏଠାରେ ଦେଖି ବାକୁ ମିଳୁନାହିଁ। ଜିଲ୍ଲାପ୍ରତି ସାମାଜିକ ପ୍ରତିବଦ୍ଧତା ଅପେକ୍ଷା ବ୍ୟକ୍ତି ଗତ ରାଜନୈତିକ କାରଣରୁ ଏହି ଦାବି ଦୁର୍ବଳ ହେଉଥିବା ଜଣାପଡ଼ୁଛି। କାଁ ଭାଁ କିଛି ବିଧାୟକ ଏଥିରେ ସାମିଲ ହୋଇଥିଲେ ହେଁ ଦୁର୍ବଳ ସ୍ବର ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଦେଖାଯାଉଛି। ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ସମସ୍ତ ୭ଟି ରେଲୱେ ୟାର୍ଡ ଯଥା ଖଡଗପୁର,ଟାଟା,ଚକ୍ରଧରପୁର, ହାୱଡା,ରାଞ୍ଚି ଓ ଆଗ୍ରା ମଧ୍ୟରୁ ବନ୍ଧମୁଣ୍ଡା ୟାର୍ଡ ହେଉଛି ଅନ୍ୟତମ ସର୍ବତ୍କୃଷ୍ଟ। ଏଠାରେ ବଗି ମରାମତି,ରିଲିଫ ଟିମ୍, ୱାସିଂ ଲାଇନ୍ ଓ ଇଲେକ୍ଟ୍ରିକ ଇଞ୍ଜିନ୍ ସମେତ ଡିଜେଲ ଇଞ୍ଜିନ୍ ମରାମତି ପାଇଁ ସୁବିଧା ରହିଛି। ଏହାସହ ବହୁ ପରିମାଣରେ ଅବ୍ୟବହୃତ ଜମି ଓ ଘର ରହିଛି। ଏଠାରେ ରେଳ ଡିଭିଜନ ହେଲେ ରହିବା ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କୌଣସି ଅସୁବିଧା ରହିବ ନାହିଁ। ତେବେ ସବୁ ସୁବିଧା ଥାଇ ଏହାକୁ ଅଣଦେଖା କରିବା ନିଶ୍ଚିତ ଭାବେ ଜିଲ୍ଲା ତଥା ରାଉରକେଲା ବାସୀଙ୍କୁ କଷ୍ଟ ଦେଉଛି। ତେବେ ରାୟ ଆସିବା ପୂର୍ବରୁ ରେଳବୋର୍ଡ ଅଧ୍ୟକ୍ଷ ଭି କେ ତ୍ରିପାଠୀ ଏହାକୁ ଆଗ୍ରହ୍ୟ କରିବା ଦୁର୍ଭାଗ୍ୟଜନକ କଥା। ତେବେ ଅଗଷ୍ଟ ୮ତାରିଖ ପରେ ଜନସ୍ବାର୍ଥ ମାମଲାର ଶୁଣାଣି ପରେ ରାଉରକେଲା କୁ ଉପଯୁକ୍ତ ନ୍ୟାୟ ତଥା ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟକୁ ଅଣଦେଖା କରାଗଲେ, ଆବଶ୍ୟକ ହେଲେ ଜିଲ୍ଲାର ସମସ୍ତ ରାଜନୈତିକ ଦଳ,ସାମାଜିକ,ସାଂସ୍କୃତିକ ଅନୁଷ୍ଠାନ ଓ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜିଲ୍ଲାର ୧୭ଟି ବ୍ଲକର ବରିଷ୍ଠ ନାଗରିକମାନଙ୍କୁ ନେଇ ସୁନ୍ଦରଗଡ ବନ୍ଦ ଡାକରା ଦେବାକୁ ମଂଚର ସଭାପତି ଡାକ୍ତର ଫକୀର ଚରଣ ହୋତା, କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର, ସାଧାରଣ ସଂପାଦକ ପି ପି ରାୟ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ପ୍ରାକ୍ତନ ବିଧାୟକ ରବି ଦେହୁରୀ, ଚିତ୍ତରଂଜନ ଦାସ,ଜଗବନ୍ଧୁ ଜେନା, ନିରଞ୍ଜନ ଦାସ,ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ଉପେନ୍ଦ୍ର ନାୟକ,ଗୋପୀନାଥ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ, ମୀନତି ଦେବତା, ଜଟାଧାରି ମାଝୀ, ଅଭୟ ଦାସ, ଲୋପମୁଦ୍ରା ମହାନ୍ତି , ଡା ବସନ୍ତ ଦାସ,ଡଃ କିଶୋରୀ ଦାଶ, ରମେଶ ଚନ୍ଦ୍ର ସେଠୀ,ଡାକ୍ତର ୟୁ ସି ଜେନା,ଡାକ୍ତର ଗୋପବନ୍ଧୁ ବଳ,ବିଜୟ କୁମାର ବରାଳ, ସତ୍ୟପ୍ରୀୟ ମହାନ୍ତି,ଶାନ୍ତନୁ କୁମାର ମୁଦୁଲି,ବିମଳ ବିଶି,ଶୈଳେନ୍ଦ୍ର ମହାନ୍ତି, ଅରୁଣ କୁମାର ପରିଡା,ରମେଶ ଚନ୍ଦ୍ର ମହାନ୍ତି,ରାମଚନ୍ଦ୍ର ସାହୁ,ଅକ୍ଷୟ ଦାସ, ଅକ୍ଷୟ ଜେନା, ରଘୁ ବଳ, ଡଃ ସୁମନ ଦତ୍ତ,ଗୋବର୍ଦ୍ଧନ କୁଶଳ,ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା କବିସଭାନ ବୁଢ଼ାକବି

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ 

Sunil Chandra Nayak

ଗୋତୋମୁଣ୍ଡାରେ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଣ୍ଡପାଟ ଦଶରା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!