ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା କୁ ହାତଠାରି ଡାକୁଛି ମୁଣ୍ଡରା ନଦୀ ବ୍ରିଜ ର ଫାଟ, ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ

କୋକସରା-୧୬/୦୪- କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ ଭବାନୀପାଟଣା ରୁ ଜୟପୁର କୁ ସଂଯୋଗ କରୁଥିବା ରାସ୍ତାର କୋକସରା ବ୍ଲକ ରେଙ୍ଗାଳପାଲି ଛକ ନିକଟରେ ରହିଥିବା ମୁଣ୍ଡରା ନଦୀ ବ୍ରିଜ ର ଜଏଣ୍ଟ ରେ ଅନେକ ମାସ ହେବ ଫାଟ ହୋଇ ରଡ଼ ସବୁ ବାହାର କୁ ଦେଖାଯାଉଛି। ଆସ୍ତେ ଆସ୍ତେ ଏହି ବ୍ରିଜ ଫାଟ ଦୁର୍ବଳ ହେବାସହ ସିମେଣ୍ଟ ଖଣ୍ଡ ଗୁଡାକ ଛାଡି ଗଲାଣି। ଏହି ଜାତୀୟ ରାଜପଥ ଏକ ପ୍ରମୁଖ ରାସ୍ତା ହୋଇଥିବା ଯୋଗୁଁ ପ୍ରତି ଦିନରାତି ରାସ୍ତାରେ ଶହ ଶହ ସଂଖାରେ ଯାତ୍ରୀ ବାହୀ ବସ, ଭାରିଯାନ ସହ ଅନ୍ୟ ଗାଡି ମୋଟର ଯା ଆସ କରିଥାଏ। ଅନେକ ସମୟରେ ଦୁର୍ଘଟଣା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ବ୍ରିଜ ର ଫାଟ ବିପଦ ସଂକୁଳ ରହିଥିବା ନେଇ ପ୍ରତି ୨/୩ ମାସ ଅନ୍ତରାଲ ରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ମଧ୍ୟ ପାଉଛି। ଖବର ପରେ ନାମକୁ ବିଭାଗ କେବେ ସିମେଣ୍ଟ ମିଶା ଗୁଣ୍ଡ ଆଣି ମରାମତି କରୁଥିବା ବେଳେ ଅଳ୍ପ ଦିନ ପରେ ପୁଣି ସେହି ଅବସ୍ଥା ଦେଖିବାକୁ ମିଳୁଛି। ବର୍ତମାନ ପୋଲ ର ବିଭିନ୍ନ ଜଏଣ୍ଟ ଛାଡି ଲୁହା ରଡ଼ ସବୁ ବାହାରି ପଡିଥିବା ବେଳେ କେତେବେଳେ ଯେ ବଡ ଧରଣର ଦୁର୍ଘଟଣା ହେବ ତାହାକୁ ଏଡାଇ ଦିଆ ଯାଇପାରିବ ନାହିଁ। ଦୁର୍ଘଟଣା ପରେ କଣ ଜାତୀୟ ରାଜପଥ ଅଧିକାରି ଙ୍କ ନିଦ ଭାଙ୍ଗିବ କି ବୋଳି ସାଧାରଣ ଲୋକ ଅଭିଯୋଗ କରୁଛନ୍ତି। ଏ ନେଇ କେସିଙ୍ଗା ଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ଏସ୍. ଆର୍ ମଲ୍ଲିକ ଙ୍କ ପ୍ରତିକ୍ରିୟା ନେବାରୁ ମୁଁ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଓ ଏନେଇ ବିଭାଗ ମରାମତି ପାଇଁ ଆଲଟମେଣ୍ଟ ପାଇଁ ପଠାଯାଇଛି । ଆସନ୍ତା ୩/୪ ଦିନ ମଧ୍ୟରେ ମରାମତି ହୋଇଯିବ ବୋଳି ପ୍ରତିକ୍ରିୟା ଦେଇଛନ୍ତି। ମ ନି ସ

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା କବିସଭାନ ବୁଢ଼ାକବି

ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ସାଂସଦ ସୁଜିତ କୁମାର ଙ୍କ # ଆସ_ଗଢ଼ିବା_ସବୁଜ_ଓଡିଶା କାର୍ଯ୍ୟକ୍ରମ

Sunil Chandra Nayak

ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା: କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Comment

error: Content is protected !!