ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖପରାମାଲ ଗାଁ କୁ ନିଶା ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

କୋକସରା,୧୬/୪- ଗାଁ କୁ ମଦ ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଂଚାୟତ ଖପରାମାଲ ଗ୍ରାମ ରେ ଥିବା ମା ମାଉଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ଗାଁ ରେ ମଦ ବନ୍ଦ କରିବାକୁ ଏକତ୍ରିତ ହୋଇ ସ୍ଥାନୀୟ ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ ଙ୍କୁ ଭେଟିବା ସହ ବେହେରା ମଦଭାଟି କୁ ଯାଇ କର୍ମଚାରୀ ଙ୍କୁ ଗାଁ ରେ ଥିବା କୁଚିଆ ମଦ ବେପାରୀ ଙ୍କୁ ମଦ ଦେବାକୁ ମନା କରିଛନ୍ତି। ମହିଳା ଙ୍କ ଅଭିଯୋଗ ମୁତାବକ ପୁରୁଷ ମାନେ ଦୈନିକ ଯାହା ରୋଜଗାର କରୁଛନ୍ତି ତାହା ର ଅଧା ଟଙ୍କା ମଦ ଭାଟି ରେ ଖର୍ଚ୍ଚ କରୁଛନ୍ତି । ଫଳରେ ଘରର ଆର୍ଥିକ ଅବସ୍ଥା ରେ ପ୍ରଭାବ ପଡିବା ସହ ଘରେ ଅଶାନ୍ତି ବୃଦ୍ଧି ପାଉଛି। କୌଣସି ପର୍ବ ପର୍ବାଣୀ ହେଲେ କିମ୍ବା ଯାନିଯାତ୍ରା ମଦ ପିଇ ଯୁବକ ମାନେ ଗାଁ ରେ ବିଶୃଙ୍ଖଳା କରିବା ସହ ଗାଁ ର ଝିଅ ବୋହୁ ଙ୍କୁ ମଧ୍ୟ ଟାହି ଟାପରା କରୁଛନ୍ତି। ଏମିତିକି ଗାଁ ର ଛୋଟ ଛୋଟ ନାବାଳକ ମଧ୍ୟ ଧୀରେ ଧୀରେ ଯୁବକଙ୍କୁ ଦେଖି ମଦ ପିଉଥିବା ଆରମ୍ଭ କଲେଣି।ଏସବୁ ଦୃଷ୍ଟିରୁ ଗାଁ କୁ ମଦ ମୁକ୍ତ କରିବାକୁ ଗାଁ ର ମା ମାଉଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଆଗକୁ ଆସିଛନ୍ତି। ଯଦି ଆଗାମୀ ଦିନ ରେ ପଞ୍ଚାୟତ ସରପଞ୍ଚ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠି ର ସଭାପତି କ୍ଷୀରାଦି ରାଉତ, ଉପ ସଭାନେତ୍ରୀ ଉମା ନାଏକ, ସମ୍ପାଦକ ମଥୁରା ରାଉତ, ସୁମନ କନ୍ଦ ପାନ, ଗ୍ରୁପ ଲିଡ଼ର କୁନି ଚଳାନ ସମ୍ପାଦକ କୁମାରୀ ଚନ୍ଦନ,ଅମ୍ବିକା ବାଗ, ଲଳିତା ଶଗଡିଆ ସମେତ ଶତାଧିକ ମହିଳା ସଦସ୍ୟା। ଏ ସମ୍ପର୍କରେ ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଗାଁ କୁ ମଦ ମୁକ୍ତ କରିବା ସପକ୍ଷରେ ମହିଳା ଙ୍କ ସହ ପଞ୍ଚାୟତ ମଧ୍ୟ ରହିଛି। ମୋ ଦ୍ୱାରା ଯାହା ଯାହା ସହଯୋଗ ହେବ ମୁଁ କରିବାକୁ ପ୍ରସ୍ତୁତ ଅଛି ବୋଳି କହିଛନ୍ତି। ମ ନି ସ 

Related posts

ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର)ସଂଘ ଙ୍କ ଶୋଭାଯାତ୍ରା ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଠ ଦଫା ଦାବିପତ୍ର

Sunil Chandra Nayak

ମମତା ସାହୁ ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

ଧର୍ମଗଡ ରେ ଜାତୀୟ ପତାକା ଦିବସ

Sunil Chandra Nayak

Leave a Comment

error: Content is protected !!