ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର

କାମାକ୍ଷାନଗର ତା ୧୭/୦୯ : ଭାରତରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମ ଦିନରେ କାମାକ୍ଷାନଗର ବିଜେପି ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି lଏ ଉପଲକ୍ଷେ ଅନୁଷ୍ଠିତ ଶିବିରରେ ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ରକ୍ତଦାନ କରି ମହତ କାର୍ଯ୍ୟ କରିବାକୁ ଦଳୀୟ କର୍ମକର୍ତାଙ୍କୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା, ସନ୍ଦୀପ କୁମାର ପଟ୍ଟନାୟକ,ରଂଜିତ କୁମାର ସାହୁ,ଦୀପକ କୁମାର ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ l ଢେଙ୍କାନାଳ ରକ୍ତ ଭଣ୍ଡାର ଡାକ୍ତର ଜୟନାରାୟଣ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟେକନିସିଆନ ପରମାନନ୍ଦ ପଣ୍ଡା,ରାକେଶ କୁମାର ବେହେରା, ତପନ ଜେନା,ଅଜୟ ସ୍ୱାଇଁ ପ୍ରମୁଖ 72 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ପ୍ରାରମ୍ଭରେ ଉପଖଣ୍ଡ ଡାକ୍ତରଖାନାରେ ଫଳ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦକୀୟ ଜର୍ମକର୍ତ୍ତାଙ୍କ ସହିତ କର୍ମୀମାନେ ଉପସ୍ଥିତ ଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଡେଙ୍ଗୁ ରହିତ ମାସ ପାଳନ ପାଇଁ ସଚେତନତା କର୍ମଶାଳା

Sunil Chandra Nayak

ଘୁଡଘୁଡ଼ି ଖେଳ ବେଳେ ପୁଲିସ ଚଢ଼ାଉ ପଟିଦାର ଓ ୩ ଖେଳାଳି ଙ୍କ ସମେତ ୪ ଅଟକ 

Sunil Chandra Nayak

ଟେମରି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଷ୍ଟିଟ୍ ଲାଇଟର ସୁବ୍ୟବସ୍ଥା 

Sunil Chandra Nayak

Leave a Comment

error: Content is protected !!